www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଚାରରେ ସୀମିତ ସରକାରଙ୍କ ୫ଟି କାର୍ଯ୍ୟକ୍ରମ: ବିପର୍ଯ୍ୟସ୍ତ ପଶୁ ଚିକିତ୍ସା ସେବା

ହରଭଙ୍ଗା: ୨୦୧୯ ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କ ଜନହିତକର ଏବଂ ଲୋକାଭିମୁଖୀ ମହତ କାର୍ଯ୍ୟକ୍ରମ ମୋ ସରକାର ଏବଂ ୫ଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟସେବା ଏବଂ ପୁଲିସ ସେବାରେ ମୋ ସରକାର ନିୟମ କାର୍ଯ୍ୟକାରୀ ହେଲା। ପରବର୍ତୀ ସମୟରେ ଡିସେମ୍ବର ୨୦୧୯ରେ ପଂଚାୟତିରାଜ ବିଭାଗରେ ମୋ ସରକାର ନିୟମ ଲାଗୁହେଲା। ଏହାପରେ ସମସ୍ତ ବିଭାଗକୁ ମଧ୍ୟ ୫ଟି ମୋ-ସରକାରରେ ସାମିଲ କରାଗଲା। ଏହାଦ୍ୱାରା ବ୍ଲକରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଥିବା ପଶୁସେବାରେ ଆଖି ଦୃଶିଆ ଉନ୍ନତି ଆସିବ ବୋଲି ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ସୃଷ୍ଟିହୋଇଥିଲା। ଏଥିସହିତ ବ୍ଲକର ଜନସାଧାରଣଙ୍କୁ ଉତ୍ତମ ପଶୁସେବା ଯୋଗାଇଦେବା ଲକ୍ଷ୍ୟରେ ମୋ ସରକାର ବହୁତ ଫଳପ୍ରଦ ହେବ ବୋଲି ଆଲୋଚନା ଜୋରଧରିଲା। ମାତ୍ର ନିୟମ କାର୍ଯ୍ୟକାରୀ ପରେ ବି ହରଭଙ୍ଗା ବ୍ଲକରେ ପଶୁସେବାରେ କୌଣସି ସୁଧାର ଆସିଲା ନାହିଁ। ଯାହାଫଳରେ କୃଷିଭିତିକ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ପଶୁ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।

ହରଭଙ୍ଗା ବ୍ଲକର ହରଭଙ୍ଗା, ପୁରୁଣାକଟକ ଭଳି ଦୁଇଟି ପଶୁ ଡାକ୍ତରଖାନା ଥିଲେ ମଧ୍ୟ ଆହୁରି ଦୁଇଜଣ ପଶୁ ଡାକ୍ତର ପଦବୀ ଖାଲିପଡ଼ିଛି। ଏମିତିକି ତଳଗାଁ, ହରେକୃଷ୍ଣପୁର ପ୍ରାଣୀଧନ ନିରିକ୍ଷକ କେନ୍ଦ୍ରରେ ଦୁଇଟି ପ୍ରାଣୀଧନ ନିରିକ୍ଷକ ପଦବୀ ଖାଲିପଡ଼ିଛି। ସେହିପରି କରଞ୍ଜକଟା ପଶୁଧନ ନିରୀକ୍ଷକ କେନ୍ଦ୍ରରେ ଜଣେ ଟେକ୍ନିସିଆନ ପଦବୀ ଖାଲିପଡ଼ିଛି। ହରଭଙ୍ଗା ବ୍ଲକ ପାଇଁ ଜଣେ ବିଭିଓ ନିଯୁକ୍ତି ହୋଇଥିବାବେଳେ ଭ୍ରାମ୍ୟମାଣ ଚିକିତ୍ସା ପାଇଁ ଜଣେ ଏମଭିୟୁ ନିଯୁକ୍ତ ହୋଇଛନ୍ତି।ଦୁଇଜଣଙ୍କ ମୂଳ ପୋଷ୍ଟ ହରଭଙ୍ଗା ହୋଇଥିଲେ ମଧ୍ୟ ଜଣେ ଏମଭିୟୁ ୫୭ କିଲୋମିଟର ଦୂରରେ ରହି ଯିବା ଆସିବା କରି କାମକରୁଥିବା ବେଳେ ବ୍ଲକ ଭେଟେନାରୀ ଅଫିସର ୨୭ କିଲୋମିଟର ଦୂରରେ ରହି ପୁରୁଣାକଟକରୁ ଯିବାଆସିବା କରୁଛନ୍ତି। ଏଭଳି ଅବସ୍ଥାରେ ବ୍ଲକରେ ପଶୁ ସେବା ନାହିଁ ନାହିଁରେ ଚାଲିଥିବାବେଳେ ଏଥିପ୍ରତି ବିଭାଗୀୟ ମୁଖ୍ୟ ଆଖି ବୁଜିଦେବା ୫ଟି ନିୟମର ଖୋଲା ଖୋଲି ଉଲ୍ଲଂଘନ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଯାହାଦ୍ୱାରା ୫ଟି ନିୟମ ଲାଗୁପରେ ମଧ୍ୟ ପୁରୁଣା ଢାଞ୍ଚାରେ ନିଯୁକ୍ତି ପାଇଥିବା ମୂଳ ହେଡକ୍ୱାର୍ଟରରେ ଡାକ୍ତର ନ ରହି ପଶୁସେବା ଯୋଗାଇବା ଭଳି ଅଭାବନୀୟ ଚିତ୍ର ବ୍ଲକର ବିପର୍ଯ୍ୟସ୍ତ ପଶୁସେବାର ମୂଳକାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଥିସହ ବ୍ଲକରେ ଗୋଟିଏ ଗୋଟିଏ କେନ୍ଦ୍ରରେ ଦୀର୍ଘବର୍ଷହେଲା ରହିଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଅଦଳବଦଳ କରାଯାଇ ଖାଲିପଡ଼ିଥିବା କେନ୍ଦ୍ରରେ ନିଯୁକ୍ତି ଦେବା ପାଇଁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି।ତୁରନ୍ତ ଏ ଦିଗରେ ବିଭାଗୀୟ ସଚିବ ଏବଂ କମିଶନର ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ହରଭଙ୍ଗା ବ୍ଲକର ପଶୁପାଳନ କରୁଥିବା ଚାଷୀ ମହଲରୁ ଦାବୀ ଉଠୁଛି। ଏ ସର୍ମ୍ପକରେ ଜିଲ୍ଲା ମୁଖ୍ୟ ପଶୁଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ରଥଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଏଥିପ୍ରତି ଆମେ ଗୁରତ୍ୱ ଦୃଷ୍ଟି ଦେଉଛୁ। ତୁରନ୍ତ ଏଥିରେ ସୁଧାର ଅଣାଯିବ ବୋଲି କହିଥିଲେ।

- Advertisement -

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories