www.samajalive.in
Sunday, December 14, 2025
14.1 C
Bhubaneswar

ଶନିଦେବଙ୍କ ଯାତ୍ରା ଓ ଜଳାଭିଷେକ ଉତ୍ସବ

ଚୌଦ୍ୱାର: କରୋନା ମହାମାରୀ ପାଇଁ ଗତ ୨ବର୍ଷ ଧରି ବନ୍ଦଥିବା ଶନିଯାତ୍ରା ଚଳିତ ବର୍ଷ ଧୁମଧାମରେ ପାଳିତ ହେଉଛି  । ଗ୍ରହରାଜଙ୍କ ଜନ୍ମଦିବସ ଅବସରରେ ଅଞ୍ଚଳର ବିଭିନ୍ନ ଶନି ମନ୍ଦିରରେ ଭିଡ଼ ଲାଗିବା ସହିତ  ଭୋରରୁ ଶ୍ରଦ୍ଧାଳୁମାନେ ପୋଖରୀରୁ କଳସରେ ପବିତ୍ର ଜଳଆଣି ଶନିଦେବଙ୍କ ମସ୍ତକରେ ଲାଗି କରିଥିଲେ  ।  ଶନିଦେବଙ୍କ ନିକଟରେ ଦୀପଦାନ ସହିତ ସାରାଦିନ ବ୍ୟାପି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା  । ପୌରପାଳିକା ୪ନମ୍ବର ୱାର୍ଡ଼ ଅନ୍ତର୍ଗତ ବେଉରା ସାହିସ୍ଥିତ ବୁଢ଼ା ଶନିଙ୍କ ପୀଠରେ  ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଯାଇ ଶନିଦେବଙ୍କ ମସ୍ତକରେ ଜଳଲାଗି କରିବା ସହିତ ମାନସିକ ପୂରଣ ପାଇଁ ଦୀପଦାନ ଓ ଭୋଗରାଗ କରିଥିଲେ  । ପୀଠରେ ସାରାଦିନ ଧରି ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ନାମ ସଂକୀର୍ତ୍ତନ ଓ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ସଂଧ୍ୟାରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  । ଅନୁରୂପ ଭାବେ କପାଳେଶ୍ୱର  ଶନି ମନ୍ଦିର, ଚୌଦ୍ୱାର ଯାତ୍ରା ପଡ଼ିଆ ନିକଟ ଶନି ମନ୍ଦିର, ୧୭ ନମ୍ବର ୱାର୍ଡ଼ ନୂଆସାହି ଶନି ମନ୍ଦିର, ନଖରା ପଞ୍ଚାୟତ  ଚାଞ୍ଚୋ ଗ୍ରାମର ଶନିମନ୍ଦିର, ଆଗ୍ରାହାଟ ଶନିଦେବ ମନ୍ଦିର, ଶାଳଗାଁ ପଞ୍ଚାୟତ ନୂଆଗାଁ ଓ କୟଳପଡ଼ା ଡିହସାହି ଶନି ମନ୍ଦିର ଆଦିରେ ରୀତିନୀତିରେ ପୂଜାର୍ଚ୍ଚନା ଓ ମେଳା ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି  ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories