www.samajalive.in
Sunday, December 14, 2025
19.1 C
Bhubaneswar

ସାପ୍ତାହିକ ରାଶିଫଳ (୦୮-୧୪.୦୫.୨୦୨୨)

ମେଷ : ରବିବାର ବାକ୍‌ସଂଯମୀ ହେବେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ମଧ୍ୟମ ଫଳପ୍ରାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟରେ ପଦୋନ୍ନତି ପାଇବେ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନ ନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।

ବୃଷ : ରବିବାର ପ୍ରେମରେ ସଫଳତା ପାଇବେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଯାତ୍ରାଜନିତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପରିସ୍ଥିତିରେ ପରିବର୍ତ୍ତନ ଆସିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାଲକ୍ଷ୍ମୀଅଷ୍ଟକ ପାଠ କରନ୍ତୁ।

ମିଥୁନ : ରବିବାରଠାରୁ ମଙ୍ଗଳବାର ପଯ୍ୟନ୍ତ ସମୟ ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ। ବୁଧବାର ଓ ଗୁରୁବାର ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।

କର୍କଟ : ରବିବାର ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ। ସୋମବାର ଓ ମଙ୍ଗଳବାର ନୂତନ ନିଯୁକ୍ତି ମିଳିପାରେ। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ। ଶୁକ୍ରବାର ଓ ଶନିବାର ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ : ରବିବାର ଓ ସୋମବାର ଅସୁବିଧାରେ ପଡ଼ିବେ। ମଙ୍ଗଳବାର ଓ ବୁଧବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କଲେ ସଫଳତା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା : ରବିବାର ଓ ସୋମବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶ ସହସ୍ର ନାମ ପାଠ କରନ୍ତୁ।

ତୁଳା : ରବିବାର ଓ ସୋମବାର ପାରିବାରିକ ଅଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ବୌଦ୍ଧିକ ବିକାଶ ଘଟିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ବିଛା : ରବିବାର ଓ ସୋମବାର ନୁତନ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାର ଓ ବୁଧବାର ମାଲିମକଦ୍ଦମାରେ ସମ୍ମୁଖୀନ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଯାତ୍ରା ଫଳପ୍ରଦ ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର ଜପ କରନ୍ତୁ।

ଧନୁ : ରବିବାର ଓ ସୋମବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ମଙ୍ଗଳବାର ଓ ବୁଧବାର ସ୍ତ୍ରୀଙ୍କ ସହଯୋଗ ପାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଅନ୍ୟଖୁ ସାହାଯ୍ୟ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ସହସ୍ରନାମ ପାଠ କରନ୍ତୁ।

ମକର : ରବିବାର ଓ ସୋମବାର ସୁସମ୍ବାଦ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଶତ୍ରୁ ଦ୍ବାରା ପରାଭୂତ ହୋଇପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକାଳୀଙ୍କ କବଚ ପାଠ କରନ୍ତୁ।

କୁମ୍ଭ : ରବିବାର ଓ ସୋମବାର କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ସହଯୋଗ ପ୍ରାପ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ରାଂ ସୀତାରାମାୟ ନମଃ ମନ୍ତ୍ର ଜପ କରନ୍ତୁ।

ମୀନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ। ବୁଧବାର ଓ ଗୁରୁବାର ପରମ୍ପରା ପ୍ରିୟ ହେବେ। ଶୁକ୍ରବାର ଓ ଶନିବାର ଯାନବାହନ ସୌଖ୍ୟ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories