ମାଟ୍ରିକ ପରୀକ୍ଷା କେନ୍ଦ୍ର ଉପାଧ୍ୟକ୍ଷଙ୍କୁ ମାଡ,ଥାନାରେ ଏତଲା

ପାଟଣା :  ସାହାରପଡା ବ୍ଲକ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଏହି ପରୀକ୍ଷା କେନ୍ଦ୍ର ଡେପୁଟି ସୁପରିଟେଣ୍ଡେଣ୍ଟ (ଉପାଧ୍ୟକ୍ଷ) ଥିଲେ । ଶନିବାର ପରୀକ୍ଷା ସରିବା ପରେ ଖାତା ପଠାଇବା କାମ ସାରି ଶ୍ରୀ ସାହୁ ବିଦ୍ୟାଳୟ ଫାଟକରୁ ବାହାରିବା ସମୟରେ ଵିଲା ଗ୍ରାମର ୩ଜଣ ତାଙ୍କୁ ମାଡ଼ ମାରିଥିବା ଜଣାପଡିଛି ।

prayash

କପିକୁ କେନ୍ଦ୍ର କରି ଏପରି ଘଟିଥିବା ଶୁଣିବାକୁ ମିଳିଛି । ଏନେଇ ଆଜି ସନ୍ଧ୍ୟାରେ ସାହାରପଡା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାରତୀ ରାମ ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି । ମାଡ଼ ଖାଇଥିବା ଶିକ୍ଷକ ଶ୍ରୀ ସାହୁ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ତାଙ୍କୁ ମାରିଥିବା ୩ଜଣ ସେ ରହୁଥିବା ବିଲା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।

kalyan agarbati

Comments are closed.