ଗଞ୍ଜାମ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମି ମଧ୍ୟରୁ ଏକ ମୃତଦେହ ଉଦ୍ଧାର ହୋଇଛି। ସୋମବାର ସକାଳୁ ସ୍ଥାନୀୟ ଲୋକମାନେ ଜମିକୁ ଯାଉଥିବା ସମୟରେ ମୃତଦେହକୁ ବିଲରେ ପଡ଼ିଥିବା ଦେଖିଥିବାର ସୂଚନା ମିଳିଛି। ମୃତକ ଜଣକ ସେହି ରାଣୀ ଗ୍ରାମର କାଳିଆ ଦାସ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି। ତାଙ୍କ ମୁଣ୍ଡରେ ଜୋରରେ ଆଘାତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



