ମେ ୮ ତାରିଖରେ ବାତ୍ୟା !

ଭୁବନେଶ୍ୱର : ଡରାଇଲାଣି ବାତ୍ୟା। ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହେବାର ସମ୍ଭାବନା। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ରୂପାନ୍ତର ହେବ। ୮ରେ ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହା କେଉଁ ସ୍ଥାନରେ ସ୍ଥଳଭାଗ ସ୍ପର୍ଶ କରିବ ସେନେଇ ଆକଳନ କରାଯାଇ ନାହିଁ। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.