ଫୁଲବାଣୀ : ଆସନ୍ତା ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଫୁଲବାଣୀ କରୋନେସନ୍ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳା ପାଇଁ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ କର୍ତ୍ତା ଭାବେ ଯୋଗଦେଇଥିଲେ। ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ଆଇ.ଡ଼ି.ଟି.ଏର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ଉପଜିଲାପାଳ ଶେଷଦେବ ମିଶ୍ର ,ତହସିଲଦାର ଦିନମଣି ନାୟକ, ଫୁଲବାଣୀ ବିଡ଼ିଓ ଶାନ୍ତନୁ କୁମାର ନାୟକ ଏବଂ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ଓରମାସ୍ ର ସି.ଇ.ଓ ଦୁର୍ଗା ଭୂୟାାଁ ଓ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଶୁଭଖୁଣ୍ଟି ସ୍ଥାପନ ସମୟରେ ବିଭିନ୍ନ ଟେଣ୍ଟହାଉସର ମାଲିକ ମାନେ ମଧ୍ୟ ଉପସ୍ଥିତ ଥିଲେ।
Popular Categories



