ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଆଜି ଅପରାହ୍ଣରେ ଜଣେ ନାବାଳକ ବୁଡି ଯାଇଥିବାବେଳେ ଡ୍ୟୁଟିରେ ନିୟୋଜିତ ରହିଥିବା ଜଣେ ଲାଇଫ ଗାର୍ଡଙ୍କ ଉପସ୍ଥିତି ବୁଦ୍ଧି ଓ ପ୍ରଚେଷ୍ଟା ସେହି ନାବାଳକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ବ୍ରହ୍ମପୁର ଖାଜାସାହିର ଏସ କେ ନୁରୁହୁଙ୍କ ପୁଅ ଏସ କେ ରୋହନ(୧୪) ଅନ୍ୟ କେତେକ ସାଙ୍ଗଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ବୁଲାବୁଲି କରିବା ପରେ ପୁଲିସ ସହାୟତା କେନ୍ଦ୍ର ସମ୍ମୁଖରେ କେତେକ ସାଙ୍ଗଙ୍କ ସହ ରୋହନ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଢେଉରେ ଭାସି ଯାଇଥିଲେ। ଏହି ସମୟରେ ଡ୍ୟୁଟିରେ ନିୟୋଜିତ ରହିଥିବା ଜି ଜଗନ୍ନାଥ କାଳବିଳମ୍ବ ନକରି ପିନ୍ଧିଥିବା ରୋହନଙ୍କୁ ବଞ୍ଚାଇବାକୁ ସମୁଦ୍ରରେ ପ୍ରବେଶ କରିଥିଲେ ଏବଂ ରୋହନଙ୍କୁ ଜୀବିତ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଏହାପରେ ଜଗନ୍ନାଥ ପକ୍ଷରୁ ରୋହନକୁ ପ୍ରାଥମିକ ଚିକିତ୍ସା ପରେ ସାଙ୍ଗ ମାନଙ୍କ ସହ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଲାଇଫ ଗାର୍ଡଙ୍କ ତତ୍କାଳ ଉଦ୍ୟମ ଯୋଗୁ ଜଣେ ନାବାଳକଙ୍କ ଜୀବନ ବଞ୍ଚି ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବେଶ ପ୍ରଶଂସା କରାଯାଇଛି।
Popular Categories



