www.samajalive.in
Friday, December 12, 2025
27.1 C
Bhubaneswar

ଓଡିଶା ସରକାରଙ୍କ ଲୋକାଭିମୁଖି ଯୋଜନା ଓ ପ୍ରକଳ୍ପକୁ ପ୍ରଶଂସା କଲେ ମଧ୍ୟପ୍ରଦେଶ ନୀତି ଓ ଯୋଜନା ଆୟୋଗ ଓ ୟୁନିସେଫର ପ୍ରତିନିଧିମଣ୍ଡଳୀ

ପିପିଲି:ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ନୀତି ଓ ଯୋଜନା ଆୟୋଗ ଏବଂ ୟୁନିସେଫର ଏକ ୧୬ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ପିପିଲି ବ୍ଲକର ବିଭିନ୍ନ ସରକାରୀ ପ୍ରକଳ୍ପକୁ ବୁଲି ଅନୁଧ୍ୟାନ କରିଛନ୍ତିି। ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖି ତଥା ଜନକଲ୍ୟାଣ ଯୋଜନା ଓ ପ୍ରକଳ୍ପକୁ ଏହି ପ୍ରତିନିଧିମଣ୍ଡଳୀ ବୁଲି ଦେଖିବା ସହ ଏହାଦ୍ୱାରା ସାଧାରଣଜନତା କିଭଳି ଉପକୃତ ହେଉଛନ୍ତି ସେ ସଂପର୍କରେ ଅବଗତ ହୋଇଥିଲେ। ଓଡିଶା ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ରୋଲ ମଡେଲ ଭାବେ ଗ୍ରହଣ କରି ମଧ୍ୟପ୍ରଦେଶରେ ଏହାକୁ କାର୍ଯ୍ୟକାରିତା କରାଯିବ ବୋଲି ପ୍ରତିନିଧିମଣ୍ଡଳୀ ସୂଚନା ଦେଇଥିଲେ।

ମଧ୍ୟପ୍ରଦେଶ ସରକାରଙ୍କ ନୀତି ଆୟୋଗର ଉପଦେଷ୍ଟା ପିସି ବରାସ୍କର, ବରିଷ୍ଠ ପରାମର୍ଶଦାତା ଅଚ୍ୟୁତ ରାମ ଯୋଶ, କୁମାର ରତନ, ପରାମର୍ଶଦାତା ଅଭିଷେକ ଭାର୍ଗବ, କୋମଲ ମିଶ୍ର, ପ୍ରିତୀ ତିଓାରୀ ଏବଂ ମଧ୍ୟପ୍ରଦେଶ ୟୁନିସେଫର ଭୋପାଳ କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ମାର୍ଗାରେଟ ଗ୍ୱାଡା, ଯୋଗାଯୋଗ ଅଧିକାରୀ ଅନିଲ ଗୁଲାଟି, ପିଏମଇ ଅଧିକାରୀ ସୁଜନ ସରକାର, ସଂଯୁକ୍ତ ରାଷ୍ଟ୍ର (ମହିଳା)ର ରାଜ୍ୟ ସଂଯୋଜକ ପୂଜା ସିଂ, ପରାମର୍ଶଦାତା ଧର୍ମିଷ୍ଠା ଚୌହାନ ପ୍ରମୁଖ ଗୁରୁବାର ପିପିଲି ବ୍ଲକର ବିଭିନ୍ନ ସରକାରୀ ପ୍ରକଳ୍ପକୁ ବୁଲି ଦେଖିଥିଲେ। ତାଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସମେତ ଓଡିଶା ୟୁନିସେଫର ମୁଖ୍ୟ ମୋନିକା ନେଲସନ ଓ ସାମାଜିକ ନୀତି ବିଶେଷଜ୍ଞ ସୌମେନ ରାୟ, ପୁରୀ ଜିଲା ଡିଆରଡିଏର ୨ଜଣ ଅଧିକାରୀ ଉପସ୍ଥିତ ଥିଲେ। ପିପିଲି ବିଡିଓ ରଶ୍ମିତା ନାଥ ଏହି ପ୍ରତିନିଧିମଣ୍ଡଳୀଙ୍କୁ ବିଭିନ୍ନ ସରକାରୀ ପ୍ରକଳ୍ପ ବୁଲି ଦେଖାଇବା ସହ ସେମାନଙ୍କୁ ପ୍ରକଳ୍ପର କାର୍ଯ୍ୟଧାରା ଓ ଉପକାରିତା ସଂପର୍କରେ ବୁଝାଇଥିଲେ। ପିପିଲି ବ୍ଳକ ପରିସରରେ ଥିବା ‘ମିଶନ ଶକ୍ତି କାଫେ’କୁ ପ୍ରତିନିଧିମଣ୍ଡଳୀ ପ୍ରଥମେ ପରିଦର୍ଶନ କରିବା ସହ ‘କାଫେ’ର ପରିଚାଳନା ଦାୟିତ୍ୱରେ ରହିଥିବା ମହିଳା ଗୋଷ୍ଠି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସେମାନେ ଜଳପାନ କରିବା ସହ ଖାଦ୍ୟର ପ୍ରସ୍ତୁତି, ମାନ ଓ ଗୁଣବତ୍ତା ସଂପର୍କରେ ଅନୁଧ୍ୟାନ କରି ସନ୍ତୋଷବ୍ୟକ୍ତ କରିଥିଲେ। ଏହା ପରେ ଏହି ପ୍ରତିନିଧିମଣ୍ଡଳୀ ଦାଣ୍ଡମୁକୁନ୍ଦପୁର ସ୍ଥିତ ୫ଟି ତତ୍ତ୍ୱାବଧାନରେ ରୂପାନ୍ତରିତ ହୋଇଥିବା ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲକୁ ପରିଦର୍ଶନ କରିବା ସହ ସେଠାକାର ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ବିଜ୍ଞାନାଗାର, ଲାଇବ୍ରେରୀ ଆଦିକୁ ବୁଲି ଦେଖିଥିଲେ। ରୂପାନ୍ତରିକରଣର ଆବଶ୍ୟକତା ଓ ରୂପାନ୍ତରଣ ହେବା ପରେ ଛାତ୍ରଛାତ୍ରୀମାନେ ଉପକୃତ ହେବା ଏବଂ ପାଠପଢାର ମାନ ବୃଦ୍ଧି ହୋଇଥିବା ସଂପର୍କରେ ବିଡିଓ ଶ୍ରୀମତୀ ନାଥ ସେମାନଙ୍କୁ ବିଶଦ ସୂଚନା ଦେଇଥିଲେ। ପରେ ସେଠାକାର ଏକ ମିଶନ ଶକ୍ତି ଉତ୍ପାଦନ କେନ୍ଦ୍ର ସମେତ ଦୁର୍ଗାଦାଶପୁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପକୁ ଏହି ପ୍ରତିନିଧିମଣ୍ଡଳୀ ବୁଲି ଦେଖିଥିଲେ। ସେଠାକାର ଅତ୍ୟାଧୁନିକ ପଞ୍ଚାୟତ କାର୍ଯ୍ୟାଳୟ, ଲାଇବ୍ରେରୀ ଓ ପଞ୍ଚାୟତ କଲ୍ୟାଣମଣ୍ଡପ ଆଦିକୁ ସେମାନେ ବୁଲି ଦେଖିବା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ଭୂୟସି ପ୍ରଶଂସା କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories