www.samajalive.in
Friday, December 12, 2025
27.1 C
Bhubaneswar

ପୁଣି ମାତିଲେ ଲୁଟେରା, ଝାମ୍ପିନେଲେ ସୁନା ଚେନ ଓ ଟଙ୍କା

ଡେସ୍କ: ରାଜଧାନୀରେ ପୁଣି ମାତିଲେ ଲୁଟେରା। ବାଇକରେ ଆସି ସୁନା ଚେନ ଝାମ୍ପିବା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ। ଶିଶୁ ଭବନ ଛକ ନିକଟ ଜିନ୍ଦଲ ଅଫିସ କଡରେ ଆତଙ୍କ ଖେଳାଇ ପୁଣି ରାଜଧାନୀରେ ନିଜ ଦବଦବା ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ। ବାଇକ ଯୋଗେ ଘରକୁ ଆସୁଥିବା ବେଳେ ସେହି ଅଞ୍ଚଳର ରାଜା ନାୟକଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଗତକାଲି ରାଜା ନାୟକ ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ ଦୁଇ ଦୁର୍ବୃତ୍ତ ଏକ ଆଭେଞ୍ଜର ବାଇକରେ ଆସି ତାଙ୍କୁ ଅଟକାଇ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ରାଜା ପିନ୍ଧିଥିବା ସୁନା ଚେନ ଝାମ୍ପିବା ସହ ୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଧରି ଚମ୍ପଟ ମାରିଥିଲେ ଲୁଟେରା। ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ପରେ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ଅଭିଯୋଗକାରୀ।

- Advertisement -

ସେହିପରି ଗତ ମଙ୍ଗଳବାର ସିଆରପି ଛକରୁ ମଧ୍ୟ ବେଲଗୁଣ୍ଠାରୁ ଆସୁଥିବା ଦିପକ ରାଉଳ ନାମକ ଜଣେ ଯୁବକ ବସରୁ ଓହ୍ଲାଇବା ବେଳେ ତାଙ୍କୁ ଛୁରାମାଡ କରି ମୋବାଇଲ ଓ ପର୍ସ ନେଇ ଚମ୍ପଟ ମାରିଥିଲେ ଲୁଟେରା ଗ୍ୟାଙ୍ଗ। ତେବେ ରାଜଧାନୀରେ ଦିନକୁ ଦିନ ଲୁଟପାଟ ଘଟଣା ବଢୁଥିବା ବେଳେ ଏହା ଉପରେ କିପରି ରୋକ ଲାଗିବ ସେନେଇ ନୂତନ ଭାବେ ଯୋଗ ଦେଇଥିବା ଡିସିପି ପ୍ରତୀକ ସିଂଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ଲୁଟେରା ଗ୍ୟାଙ୍ଗକୁ ନେଇ କଣ ପଦକ୍ଷପ ନିଆଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories