www.samajalive.in
Friday, December 12, 2025
23.1 C
Bhubaneswar

ଯୁବ ବିକାଶ ପାଇଁ ୧୦ ବର୍ଷିଆ ନୀତି, ଖୁବ ଶୀଘ୍ର ଆସିବ ନୂଆ ଜାତୀୟ ଯୁବ ନୀତି

ଡେସ୍କ: ୨୦୩୦ ମସିହା ସୁଦ୍ଧା ଦେଶ ହାସଲ କରିବାକୁ ଚାହୁଁଥିବା ଲକ୍ଷ୍ୟ ପୂରଣକୁ ଆଧାର କରି ଦେଶର ଯୁବ ଗୋଷ୍ଠୀଙ୍କ ପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ପ୍ରଣୟନ କରିବେ ନୂତନ ଜାତୀୟ ଯୁବ ନୀତି। ସରକାର ଏହାର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ କହିଛି ଯେ ଏହା ନିରନ୍ତର ବିକାଶ ଲକ୍ଷ୍ୟ ସହିତ ସମାନ ହୋଇଛି ଏବଂ ଯୁବ ପିଢ଼ିଙ୍କ ସାମର୍ଥ୍ୟକୁ କାର୍ଯ୍ୟରେ ରୂପାନ୍ତରିତ କରିବାରେ ସାହାଯ୍ୟ କରୁଛି। ଶିକ୍ଷା, ରୋଜଗାର ଏବଂ ଉଦ୍ୟୋଗୀତା, ଯୁବ ନେତୃତ୍ୱ ଏବଂ ବିକାଶ, ସ୍ୱାସ୍ଥ୍ୟ, ଫିଟନେସ୍ ଏବଂ କ୍ରୀଡ଼ା ଏବଂ ସାମାଜିକ ନ୍ୟାୟ ସହିତ ପାଞ୍ଚଟି ପ୍ରାଥମିକ କ୍ଷେତ୍ରରେ ଯୁବ ବିକାଶ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଡ୍ରାଫ୍ଟ ନୀତିରେ ବ୍ୟବସ୍ଥା ରହିଛି। ଯୁବ ବ୍ୟାପାର ବିଭାଗ ସମସ୍ତ ହିତାଧିକାରୀଙ୍କ ଠାରୁ ଡ୍ରାଫ୍ଟ ପଲିସି ଉପରେ ମନ୍ତବ୍ୟ ଏବଂ ମତାମତ ଲୋଡିଥିବା ସୂଚନା ମିଳିଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories