ନୋରଡିକ୍ ରାଷ୍ଟ୍ର ସହ ସହଯୋଗ ବଢ଼ିବ : ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଡେନମାର୍କରେ ନୋରଡିକ୍ (ଫିନଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ଡେନମାର୍କ, ସ୍ବିଡେନ ଓ ନରୱେ) ରାଷ୍ଟ୍ରର ପ୍ରଧାନମନ୍ତ୍ରୀମାନଙ୍କ ସହିତ ଦ୍ବିପାକ୍ଷିକ ସହଯୋଗ ନେଇ କଥାବାର୍ତ୍ତା କରିଥିଲେ। ଦ୍ବିତାୟ ଭାରତ-ନୋରଡିକ ସମିତିରେ ଆନ୍ତର୍ଜାତିକ ଶାନ୍ତି, ସୁରକ୍ଷା, ୟୁକ୍ରେନ ସଂକଟ, ଦ୍ବିପାକ୍ଷିକ ସହଯୋଗ, ଜଳବାୟୁ ପରିବର୍ତ୍ତନ, ଡିଜିଟାଲ, ସବୁଜ ଅର୍ଥନୀତି ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦୀ ନୋରଡିକ୍ ରାଷ୍ଟ୍ରନେତାଙ୍କ ସହ ଆଲୋଚନା କରିଥିଲେ। ନୋରଡିକ୍ ରାଷ୍ଟ୍ରନେତାମାନେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ, ଖାଦ୍ୟ ଅସୁରକ୍ଷା, ଶକ୍ତି ଅସୁରକ୍ଷା, ଜୈବ ବିବିଧତାରେ ତାରତାମ୍ୟର ମୁକାବିଲା ନିମନ୍ତେ ଆନ୍ତର୍ଜାତିକ ସହଯୋଗ ଜରୁରୀ। ଏହି ଆନ୍ତର୍ଜାତିକ ସହଯୋଗ ନିମନ୍ତେ ଭାରତ ଓ ନୋରଡିକ୍ ରାଷ୍ଟ୍ରମାନେ ସମ୍ମତି ପ୍ରକାଶ କରିଥିଲେ। ୨୦୧୮ରେ ପ୍ରଥମ ଭାରତ-ନୋରଡିକ୍ ସମ୍ମିଳନୀ ଷ୍ଟକ୍‌ହୋମରେ ଅନୁଷ୍ଠିତ ହୋଇଥିଲା।
ମୋଦୀ ଭାରତୀୟ କଳା ସଂସ୍କୃତିକୁ ବିଶ୍ବ ଦରବାରରେ ପରିଚିତ କରାଇବା ପୂର୍ବକ ନୋରଡିକ ରାଷ୍ଟ୍ରନେତାଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଛନ୍ତି। ଏହା ସହିତ ମୋଦୀ ଡେନମାର୍କର ରାଣୀ ମାଗ୍ରେଥ ଦ୍ବିତୀୟଙ୍କୁ ରୋଗାନ ପେଣ୍ଟିଂ ପ୍ରଦାନ କରିଥିଲେ। ରୋଗାନ ପେଣ୍ଟିଂ ଗୁଜରାଟ କଚ୍ଛର ଏକ କଳାକୃତି ଯାହା ପୋଷାକରେ ହୋଇଥାଏ।
ବୁଧବାର ମୋଦୀ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କିତ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ସମ୍ମିଳନୀରେ ମୋଦୀ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ ପୂର୍ବକ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇପାରିବ। ସମ୍ମିଳନୀରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଷିଦା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଓ ମାଡାଗାକାର ରାଷ୍ଟ୍ରପତି ଆ​‌େ​‌ଣ୍ଡ୍ର ନିରିନା ରାଜୋଲିନା ଯୋଗ ଦେଇଥିଲେ।

kalyan agarbati

Comments are closed.