www.samajalive.in
Wednesday, December 10, 2025
16.1 C
Bhubaneswar

୧୦ ଟଙ୍କିଆ ଟିକଟରେ ୪୦ ଟଙ୍କାର ଷ୍ଟାମ୍ପ୍‍

ଗୋପ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ଅଧିକାଂଶ ସମୟ ପର୍ଯ୍ୟଟକ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି। ରବିବାର ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଜନଗହଳି ଲାଗି ରହିଥିବାବେଳେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆବଶ୍ୟକ ପ୍ଲାଷ୍ଟିକ୍‍ ଟୋକନ୍‍ ଉପଲବ୍ଧ ନଥିବାରୁ ପୁରୁଣା ୧୦ ଟଙ୍କିଆ ଟିକଟ୍‍ ଉପରେ ୪୦ ଟଙ୍କାର ଷ୍ଟାମ୍ପ ଲଗାଯାଇ ପର୍ଯ୍ୟଟକଙ୍କୁ ବିକ୍ରି କରାଯାଇଥିଲା। ଫଳରେ କେତେକ ପର୍ଯ୍ୟଟକ ବିରୋଧ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ପ୍ରକାଶ ଯେ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସାମାନ୍ୟ ବର୍ଷାରେ ପାଣି ଜମି ରହିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାବେଳେ ଏବେ ଟୋକନ ବିକ୍ରୟରେ ତ୍ରୁଟି ପାଇଁ ପର୍ଯ୍ୟଟକ ଅଧିକାଂଶ ସମୟ ଅସୁବିଧାର ସମ୍ମୁଖୀନ ହେଉଥିବା ଗୁରୁତର ଅଭିଯୋଗ ହୋଇଛି। ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଟିକଟ୍‍ର ମୂଲ୍ୟ ଭାରତୀୟ ନାଗରିକଙ୍କ ପାଇଁ ୩୦ ଟଙ୍କା ଥିବାବେଳେ ନିକଟରେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରିଥିଲେ। ଏଥି ସହ ବିଦେଶୀ ନାଗରିକଙ୍କ ପାଇଁ ଟିକଟ୍‍ର ମୂଲ୍ୟ ୫୦୦ ଟଙ୍କା ଥିବାବେଳେ ଏହାର ମୂଲ୍ୟ ୬୦୦ ଟଙ୍କାକୁ ବୃଦ୍ଧି ହୋଇଛି। ସୂର୍ଯ୍ୟମନ୍ଦିର ପ୍ରବେଶ ଦ୍ୱାରକୁ ଆଧୁନିକୀକରଣ କରାଯାଇ ଟିକଟ୍‍ ବିକ୍ରୟ ଜୁନ୍‍ ୧୯ ତାରିଖରୁ ବନ୍ଦ କରି ଟୋକନ ବ୍ୟବସ୍ଥା କରାଯାଇଥିଲା। ଭାରତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂର୍ଯ୍ୟମନ୍ଦିର ପାଇଁ ୩୭୫୦ଟି ଟୋକନ ଯୋଗାଇ ଦିଆଯାଇଥିଲା; ମାତ୍ର ରବିବାର ଜନଗହଳି ଯୋଗୁଁ ଆବଶ୍ୟକ ଟୋକନ ନମିଳିବାରୁ ପୁରୁଣା ଟିକଟ୍‍ରେ ଏଏସ୍‍ଆଇ ନିର୍ଦେଶକଙ୍କ ନିର୍ଦେଶାନାମା ମୁତାବକ ଏକ ଷ୍ଟାମ୍ପ ଲଗାଯାଇ ୪୦ ଟଙ୍କାରେ ବିକ୍ରି କରାଯାଉଥିବା ନେଇ କେତେକ ପର୍ଯ୍ୟଟକ ଅଭିଯୋଗ କରିଥିବାବେଳେ ଏହି ଘଟଣାର ତଦନ୍ତ କରିବା ପାଇଁ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ନିକଟରେ ନବ ନିର୍ମିତ କୋଣାର୍କ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଆବଶ୍ୟକ ସୁବିଧା ସୁଯୋଗ ନଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ୱରେ ଥିବା ଏଏସ୍‍ଆଇ ଅଧିକାରୀ ଚିତ୍ତରଞ୍ଜନ ଦାଶ କୁହନ୍ତି, ଟୋକନ ଅଭାବରୁ ଏଏସ୍‍ଆଇ ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଏହି ଟିକଟ୍‍ ଅସ୍ଥାୟୀ ଭାବେ ବିକ୍ରି କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories