www.samajalive.in
Monday, December 8, 2025
27.1 C
Bhubaneswar

କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ଼

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଦଳର ସ୍ଥିତି ଓ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି। ସ୍କିନିଂ କମିଟି ଅଧ୍ୟକ୍ଷ ଭି.ଏନ୍‍ ସାଥେସାନ୍‍ଙ୍କ ଅଧ୍ୟକ୍ଷତାରେ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଭବନଠାରେ ବରିଷ୍ଠ ନେତାମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି। ବିଶେଷ କରି ରାଜ୍ୟରେ ଦଳର ରାଜନୈତିକ ସ୍ଥିତି ସହିତ ଆଗାମୀ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କ ମାପଦଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି। ସ୍କ୍ରିନିଂ କମିଟିର ଅନ୍ୟ ଦୁଇ ସଦସ୍ୟ ଜିତେନ ପ୍ରସାଦ ଓ ନୌସାଦ ସୋଲାଙ୍କି ମଧ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି କ୍ରମାଗତ କେଉଁମାନେ ୩ଥର ନିର୍ବାଚନ ହାରିଛନ୍ତି ଓ ଗତ ନିର୍ବାଚନରେ ଦଳର କେଉଁ ପ୍ରାର୍ଥୀମାନଙ୍କ ଅମାନତ ନଥିଲା ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ସୋମବାର ପ୍ରଦେଶ କଂଗ୍ରେସର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ନିର୍ବାଚନ କମିଟିର ବୈଠକ ପରେ ଯେଉଁ ପ୍ରାର୍ଥୀମାନଙ୍କ ତାଲିକା ଆସିବ ତାହା ସ୍କିନିଂ କମିଟି ଅନୁଧ୍ୟାନ କରି ନିଷ୍ପତ୍ତି ନେବ।
ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଶ୍ରୀ ସାଥେସାନ୍‍ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଅମର ପ୍ରଧାନ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ୱାଳ, ସୀତାକାନ୍ତ ମହାପାତ୍ର ପ୍ରମୁଖ ସ୍କିନିଂ କମିଟି ଅଧ୍ୟକ୍ଷଙ୍କ ଆଗରେ ବିଭିନ୍ନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ବିଶେଷ କରି କେତେଜଣ ପୁରୁଖା ନେତାଙ୍କୁ ଟିକଟ ଦିଆଯିବ ଓ ଯୁବ ଓ ମହିଳାମାନଙ୍କ ଭାଗ କେତେ ରହିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ବର୍ତ୍ତମାନ ଦଳରେ ଥିବା ୧୫ଜଣ ବିଧାୟକଙ୍କୁ ଟିକଟ ଦେବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ସେମାନଙ୍କ ସ୍ଥିତି ଓ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ସ୍କ୍ରିନିଂ କମିଟି ଅନୁଧ୍ୟାନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଦଳରେ ଥିବା କେତେକ ବିଧାୟକ ବିଜେଡି ସହ ଭିତିରିଆ ସମ୍ପର୍କ ରଖିଥିବାରୁ ଦଳର ବରିଷ୍ଠ ନେତାମାନେ ଚିନ୍ତାରେ ଅଛନ୍ତି। ଶେଷ ମୁହୂର୍ତ୍ତରେ କିଛି ବିଧାୟକ ଦଳ ପରିବର୍ତ୍ତନ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ଦଳ ସହିତ କିଭଳି ବାନ୍ଧି ରଖାଯିବ ସେଥିନେଇ ମଧ୍ୟ ଦଳର ନେତାମାନେ ରଣନୀତି ସ୍ଥିର କରୁଛନ୍ତି। ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ କେଉଁ ପ୍ରାର୍ଥୀଙ୍କ ଜିତିବା ସ୍ଥିତି ରହିଛି ଓ କାହାକୁ କେଉଁଠି ପ୍ରାର୍ଥୀ କଲେ ଦଳକୁ ଫାଇଦା ମିଳିବ ସେ ସମ୍ପର୍କରେ ମଧ୍ୟ ପ୍ରଦେଶ ନିର୍ବାଚନ କମିଟି ଓ ସ୍କ୍ରିନିଂ କମିଟି ଅନୁଧ୍ୟାନ କରି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।
ପ୍ରଦେଶ କଂଗ୍ରେସର ନିର୍ବାଚନ ନେଇ ପ୍ରାର୍ଥୀ ତାଲିକା କମିଟି ଦ୍ୱାରା ପ୍ରସ୍ତୁତ ହେବାକୁ ଥିବାରୁ ରାଜ୍ୟର ଆଶାୟୀ ପ୍ରାର୍ଥୀମାନେ କଂଗ୍ରେସ ଭବନରେ ଭିଡ଼ ଲଗାଇଛନ୍ତି। ନିର୍ବାଚନ କମିଟିରେ ଯେଉଁ ବରିଷ୍ଠ ନେତାମାନେ ସଦସ୍ୟ ରହିଛନ୍ତି ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କୁ ଭେଟି ସାହାଯ୍ୟ କାମନା କରୁଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories