www.samajalive.in
Wednesday, December 10, 2025
18.1 C
Bhubaneswar

ଓଡ଼ିଶାରେ ବିଜେପି ଗଢ଼ିବ ସରକାର : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦକ୍ଷତା ଓ ବିଶ୍ୱସନୀୟତା ଉପରେ ଓଡିଶାବାସୀଙ୍କ ପୂରା ଭରସା ରହିଛି। ଓଡିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଛି। ଓଡିଶାରେ ବିଜେପି ସରକାର ଗଢ଼ିବ, ଲୋକସଭା କ୍ଷେତ୍ରରେ ଅଧିକ ଆସନ ହାତେଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏକ ସାହିତ୍ୟ କାର୍ଯ୍ୟକ୍ରମ ଅବସରରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ସମ୍ପୂର୍ଣ୍ଣ ସତ୍ୟ ନୁହେଁ, ଏହା ଅର୍ଦ୍ଧସତ୍ୟ। ସେହି ରିପୋର୍ଟରେ ଲୋକସଭାରେ ବିଜେପି ଅଧିକ ବିଜୟ ହାସଲ କରିବ ବୋଲି କହୁଥିବାବେଳେ ବିଧାନସଭାରେ ବିଜେଡି ଅଧିକ ଆସନ ନେବାକୁ ରହିଛି। ମାତ୍ର ଓଡିଶାବାସୀ ମନ ବଦଳାଇଛନ୍ତି, ଏଥର ଲୋକସଭା ସହିତ ବିଜେପିକୁ ଜିତାଇବେ। ଆମେ ପ୍ରମୁଖ ବିରୋଧୀ ଦଳଭାବେ କାମ କରୁଛୁ। ଓଡିଶାର ନୂଆ ପିଢ଼ି, ମହିଳାମାନେ ନରେନ୍ଦ୍ର ମୋଦୀ ସରକାର ରାଜ୍ୟରେ ବନାଇବେ ଏଥିପାଇଁ ନିଷ୍ପତ୍ତି ନେଇସାରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବ୍ୟକ୍ତିଗତ ଓ ରାଜନୈତିକ ସମ୍ପର୍କ ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ରାଜା ହେଲେ ମୁଁ ରଙ୍କ। ମୁଁ ତାଙ୍କ ସହ ତୁଳନୀୟ ନୁହେଁ। ସେ ବାହୁବଳୀ ହେଲେ ମୁଁ ସାଧାରଣ ଗୁଣ୍ଡିଚି ମୂଷାଟିଏ। ଓଡ଼ିଶାର ଜନସାଧାରଣଙ୍କ ପାଇଁ ମୋର ଯେତିକି ସକ୍ଷମ ମୁଁ ସେତିକି କାର୍ଯ୍ୟ କରୁଛି।
ସେହିପରି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପ୍ରଦୀପ ମହାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଲେ ଯେ ନବୀନ ବାବୁ ହିସାବ ଦିଅନ୍ତୁ ସେ ଦୁର୍ନୀତି ବିରୋଧରେ କେବେ ଲଢିଥିଲେ ନା କେବେ କଠୋର ଆଭିମୁଖ୍ୟ ନେଇଥିଲେ। ଯେଉଁମାନଙ୍କୁ ବିଗତ ଦିନରେ ମନ୍ତ୍ରିମଣ୍ଡଳରୁ କାଢିଛନ୍ତି ବର୍ଷେ-ଦୁଇବର୍ଷ ମଧ୍ୟରେ ସେମାନଙ୍କୁ ପୁନଶ୍ଚ ସରକାରଙ୍କୁ ଆଣିଛନ୍ତି। ସେମାନେ ଏବେ ତାଙ୍କ ଦଳର ମୁଖ୍ୟ କାର୍ପଟଦାର ସାଜିଛନ୍ତି।
ତେଲ ଦର ବୃଦ୍ଧି ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରସଙ୍ଗରେ ରାଜ୍ୟର ଦାୟିତ୍ୱ କ’ଣ କିଛି ନାହିଁ। ରାଜ୍ୟ ସରକାର ଲାଭ ନେଉଛନ୍ତି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ୨୦୧୪ ମସିହା ସୁଦ୍ଧା ରାଜ୍ୟ ରାଜକୋଷକୁ ପେଟ୍ରୋଲଜାତ ଉତ୍ପାଦନ ସାମଗ୍ରୀ ଉପରୁ ୩୦୦୦ କୋଟିରୁ କମ୍‍ ଟିକସ ଆସୁଥିବା ବେଳେ ଏବେ ୭୦୦୦ କୋଟିରୁ ଅଧିକ ରାଜସ୍ୱ ଓଡିଶାର ରାଜକୋଷକୁ ଆସୁଛି। ତୈଳଦର ବୃଦ୍ଧି ଗରିବ ଲୋକଙ୍କୁ କଷ୍ଟ ଦେଉଛି। ଦାୟିତ୍ୱରୁ ମୁଣ୍ଡ ଖସାଇ କୁମ୍ଭୀରକାନ୍ଦଣା କାନ୍ଦିବାର ଲୋକ ମୁଁ ନୁହେଁ। ତୈଳଦର ହ୍ରାସ କରିବା ପାଇଁ ଭାରତ ସରକାର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ଏନ୍‍ଡିଏ ଏକ୍ସସାଇଜ ଡ୍ୟୁଟି କମାଇବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ବିତଣ୍ଡା ଯୁକ୍ତି କରି ରାଜ୍ୟ କ୍ଷତି ସହୁଛି ବୋଲି କହିଥିଲେ। ସେଭଳି ଦାୟିତ୍ୱହୀନ ଲୋକଙ୍କ କଥାରେ ମନ୍ତବ୍ୟ ଦେବା ଠିକ୍‍ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories