www.samajalive.in
Wednesday, December 10, 2025
14.1 C
Bhubaneswar

ମହୁଲ ବୋଝେଇ ଟ୍ରକ୍‍ ଜବତ, ୨ ଅଟକ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଟାମ୍ପରକେଲା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରୁ ମହୁଲ ବୋଝେଇ ଟ୍ରକ୍‍ ବାହାରକୁ ଚାଲାଣ ହେଉଥିବା ଖବର ପାଇ ଶାସନ ପୁଲିସ ଟ୍ରକକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ବୈଦ୍ୟନାଥ ସ୍ୱାଇଁ ନାମକ ଜନୈକ ବ୍ୟବସାୟୀ ଏବଂ ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଶାସନ ଆଇଆଇସି ଲୋକନାଥ ସାହୁଙ୍କ ଠାରୁ ପ୍ରାପ୍ତ ପ୍ରକାଶ।

ଜବତ ହୋଇଥିବା ଟ୍ରକରେ ପ୍ରାୟ ୫ଶହ ବସ୍ତା ମହୁଲ ବୋଝେଇ ହୋଇଥିବାର ଅନୁମାନ କରାଯାଉଛି। ମହୁଲ କିଣିବା ଏବଂ ବାହାରକୁ ଚାଲାଣ କରିବା ପାଇଁ ଅବକରୀ ବିଭାଗରୁ ଅନୁମତି ଓ ପଞ୍ଚାୟତରୁ ଆବଶ୍ୟକ ଅନୁମତି ନନେଇ ମହୁଲ କିଣି ବ୍ୟବସାୟ ଭିତ୍ତିରେ ବାହାରକୁ ଚାଲାଣ କରାଯାଉଥିଲା ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories