www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଥମ ଗୋପୀନାଥପୁର ଅକ୍ଷୟତୃତୀୟା ମହୋତ୍ସବ ଉଦ୍‍ଘାଟିତ

ବଡ଼ମ୍ବା: ଚାଷ ଜମିରେ ଅଖିମୁଠୀ ଅନୁକୁଳ ସହିତ ଏହି ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଅକ୍ଷୟତୃତୀୟା ମହୋତ୍ସବର ଶୁଭାରମ୍ଭ ହୋଇଛି। ଜିଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି କାର୍ଯ୍ୟର ଏହି ଆଦ୍ୟ ପର୍ବର ଅନୁକୁଳ କରିବା ସହିତ ସମଗ୍ର କୃଷକ ଭାଇଭଉଣୀଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସ୍ଥାନୀୟ ଏକ ଚାଷଜମିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପୀନାଥପୁର ସରପଞ୍ଚ ଯଯାତିକେଶରୀ ନାୟକ, ସମିତିସଭ୍ୟ ଜିତେନ୍ଦ୍ରକୁମାର ମଲ୍ଲିକ, ମହୋତ୍ସବ କମିଟି ସମ୍ପାଦକ ଡାକ୍ତର ନିରଞ୍ଜନ ଶତପଥୀ ପ୍ରମୁଖ ଯୋଗଦେଇ ଭୂମି ପୂଜନ ଏବଂ ଗୋହଳ ବନ୍ଦାପନା ସହିତ ଅଖିମୁଠି ଅନୁକୁଳ ଏବଂ ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ସଂଧ୍ୟାରେ ଉତ୍ସବ ପଡ଼ିଆରେ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଅକ୍ଷୟତୃତୀୟା ମହୋତ୍ସବ ଉଦ୍‍ଘାଟିତ ହୋଇଛି। କଟକ ଜିଲାପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଏବଂ ତହସିଲଦାର ତପନକୁମାର ପରିଡ଼ା, ଜିଲାପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ଉପାଧ୍ୟକ୍ଷ ସ୍ୱର୍ଣ୍ଣଲତା ବେହେରା, ସରପଞ୍ଚ ଯଯାତିକେଶରୀ ନାୟକ, ସମିତିସଭ୍ୟ ଜିତେନ୍ଦ୍ରକୁମାର ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

- Advertisement -

ତିନି ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ମହୋତ୍ସବରେ ରାଜ୍ୟର ସୁପ୍ରତିଷ୍ଠିତ କଳାକାର ତଥା ସ୍ଥାନୀୟ କଳାକାରଙ୍କ ଦ୍ୱାରା ଲୋକନୃତ୍ୟ, ଓଡ଼ିଶୀ, ସମ୍ବଲପୁରୀ, ଭଜନ ଏବଂ ମେଲୋଡ଼ି ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ସମ୍ପାଦକ ଡାକ୍ତର ଶ୍ରୀ ତ୍ରିପାଠୀଙ୍କ ଠାରୁ ପ୍ରକାଶ। ଏଥି ସହିତ ମହୋତ୍ସବ ଅବସରରେ ମୀନାବଜାର, ବିଭିନ୍ନ ମନହରି ଦେକାନ ବଜାର, ଅପେରା ସାଙ୍ଗକୁ ରାମ ଦୋଳି ପଡ଼ିଥିବାରୁ ଦର୍ଶକ ଏହାର ଭରପୁର ଆନନ୍ଦ ନେବେ ବୋଲି ଅନୁମାନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories