www.samajalive.in
Tuesday, December 9, 2025
17.1 C
Bhubaneswar

୨୧ଦିନ ବ୍ୟାପି ପ୍ରସିଦ୍ଧ ବଡ଼ମ୍ବା ଭଉଁରୀ ଯାତ୍ରା ଆରମ୍ଭ

ବଡ଼ମ୍ବା: ରାଜନଅର ଠାରୁ ଚନ୍ଦନ ପୋଖରୀ ପର୍ଯ୍ୟନ୍ତ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସହିତ ୨୧ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ବଡ଼ମ୍ବା ଭଉଁରୀ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି। ସୁସଜ୍ଜିତ ବିମାନରେ ରାଜନଅର ବିଜେ ପ୍ରଭୁ ଗୋପୀନାଥ ଦେବ, ଚନ୍ଦ୍ରଶେଖର, ଭୂଦେବୀ ଏବଂ ଶ୍ରୀଦେବୀଙ୍କ ସହିତ ବଡ଼ଦାଣ୍ଡ ସାହି ବିଜେ ଶ୍ରୀଲୋକନାଥ, ରାଧାକାନ୍ତ ଦେବ ଏବଂ ଗୋପୀନାଥପୁର ବିଜେ ଶ୍ରୀ ସିଂହନାଥ ଦେବଙ୍କ ଚଳନ୍ତି ପ୍ରତିମା ଚାପଖେଳ ଲାଗି ଚନ୍ଦନ ପୋଖରୀକୁ ବିଜେ କରିଥିଲେ।

ପ୍ରକାଶଥାଉକି ମହାମାରୀ କରୋନା ଲାଗି ଗତ ଦୁଇବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା। କେବଳ ମହାପ୍ରଭୁଙ୍କ ରୀତିନୀତିରେ ଏହି ଉତ୍ସବ ସିମିତ ରହିଥିଲା। ଏହି ପାରମ୍ପରିକ ଯାତ୍ରାଲାଗି ବଡ଼ମ୍ବା ସହର ଉତ୍ସବ ମୁଖର ହୋଇଉଠିଛି। ପରମ୍ପରା ଅନୁଯାଇ ଠାକୁରଙ୍କ ବିଜେ ଶୋଭାଯାତ୍ରାରେ ଷଣ୍ଢ ନୃତ୍ୟ, ଘଣ୍ଟନାଦ, ଗଉଡ଼ବାଡ଼ି ଖେଳ, ସଂକୀର୍ତ୍ତନ ସାଙ୍ଗକୁ ଢୋଲ ଏବଂ ଆତସବାଜିରେ ଶୋଭାଯାତ୍ରା ମୁଖରିତ ହୋଇଥିଲା। ତହସିଲଦାର ତପନକୁମାର ପରିଡ଼ାଙ୍କ ସହିତ ଚନ୍ଦନ ମହୋତ୍ସବ କମିଟି ସଭାପତି ଜ୍ଞାନରଞ୍ଜନ ପରିଡ଼ା, ଚିନ୍ମୟ କୁମାର ପଟ୍ଟନାୟକ, ଦିପକ କୁମାର ସାହୁ, ନାଏବ ସରପଞ୍ଚରବିନ୍ଦ୍ର ବାରିକ, ସାମାଜିକ କର୍ମୀ ଶିବନାରାୟଣ ମିଶ୍ର, ସୁଦର୍ଶନ ସାହୁ, ଜ୍ଞାନରଞ୍ଜନ ମିଶ୍ର, ରାଜକିଶୋର ରଣା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶଂଖ ନାଦ, ହରିବୋଲ ହୁଳହୁଳିରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶେଷରେ ଚନ୍ଦନ ପୋଖରୀରେ ନୌବିହାର କରି ଚାପ ଖେଳିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories