www.samajalive.in
Friday, December 12, 2025
16.1 C
Bhubaneswar

ଶୀତଳଷଷ୍ଠୀ ଥାଳ ଉଠା ନିତି

ସମ୍ବଲପୁର :  ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ମଙ୍ଗଳବାର ଅପରାହ୍ନରେ ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଉତ୍ସବ ପାଇଁ ଥାଳ ଉଠା ନିତି ସମ୍ପନ୍ନ ହୋଇଯାଇଛି। ବିଗତ ୨ ବର୍ଷ ହେବ କୋଭିଡ – ୧୯ ମହାମାରୀର କରାଳ ସଙ୍କଟ ମଧ୍ୟରେ କେବଳ ବିଧି ରକ୍ଷା ମଧ୍ୟରେ ସୀମିତ ଥିବା ଏହି ଦେବ ବିବାହ ଉତ୍ସବକୁ ନେଇ ଚଳିତ ବର୍ଷ ଆୟୋଜକ ଯାତ୍ରା କମିଟି ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଥାଳ ଉଠା ନିତି ସହିତ ମାସାଧିକ କାଳ ପର୍ଯ୍ୟନ୍ତ ଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ପର୍ବ ଏବଂ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ଅଲୌକିକ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଯାତ୍ରାର ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଯାଇଛି।

କଳ୍ପେଶ୍ୱର ବାବା, କୁଲୁଥକାନୀ
ଆଦ୍ୟ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ କୁଲୁଥକାନୀ ଠାରେ ସ୍ଥିତ ଶ୍ରୀ ଶ୍ରୀ କଳ୍ପେଶ୍ୱର ବାବା ଓ ଜଗତଜନନୀ ମାତା ପାର୍ବତୀଙ୍କ ଦେବ ବିବାହ ନିମନ୍ତେ ଥାଳ ଉଠା ନିତି ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ଶୀତଳ ଷଷ୍ଠୀ ଉତ୍ସବର ସଫଳ ଓ ସକୁଶଳତା ପାଇଁ ଧୂପ, ଦୀପ, ପୁଷ୍ପ, ବେଲପତ୍ର ଓ ନୈବେଦ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଆଳତୀ ପରେ ବିଧି ମତେ ମନ୍ଦିର ପୂଜକ ଥାଳ ଉଠାଇଥିଲେ। ଚଳିତ ବର୍ଷ କନ୍ୟା ପିତାମାତା କୁଲୁଥକାନୀ ନିବାସୀ ଅଶୋକ ସାହୁ ଓ ଧର୍ମପତ୍ନୀ ଏବଂ ବରପିତା ଦାୟିତ୍ୱ ଦିଲୀପ ବାଗ ଓ ପତ୍ନୀ ତୁଲାଇବେ। ଏହି ଅବସରରେ କମିଟିର ସଭାପତି ଅରବିନ୍ଦ ନାୟକ, ରବି ପଣ୍ଡା, ପ୍ରକାଶ ମିଶ୍ର, ଅରୁପ ସିଂହଦେଓ, ଅନୀଲ ତ୍ରିପାଠୀ, ରୁଦ୍ରଦେବ ପ୍ରଧାନ, ଇନ୍ଦ୍ରମଣି ଦାସ, କୁମାରେନ୍ଦୁ ମିଶ୍ର, ଦୁଃଖିଶ୍ୟାମ ନାୟକ, ପ୍ରମୋଦ ମିଶ୍ର, ଦିଲ୍ଲୀପ ବାଗ, ଅଶୋକ ସାହୁ, ପ୍ରତାପ ମିଶ୍ର, ମଳୟ ବାସନ୍ତ ପଟେଲ, ଗୋଲକ ବିହାରୀ ପତି, ଉଦିତ ଚନ୍ଦ୍ର ପାଟ୍ଟଯୋଶୀ ସମେତ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ଏହା ପରେ ଶୀତଳ ଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ପାଇଁ ପରମ୍ପରା ଅନୁଯାୟୀ ଅଞ୍ଚଳର ମୁରବୀ ମାନେ ପବିତ୍ର ଥାଳ ଧରି ଅଞ୍ଚଳରେ ଘରକୁ ଘର ବୁଲି ସହଯୋଗ ରାଶି ସଂଗ୍ରହ କରିଥିଲେ।

- Advertisement -

ରାମେଶ୍ୱର ବାବା, ସାଲିଆବଗିଚା
ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ସାଲିଆବଗିଚା ଠାରେ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ବାବା ଓ ଜଗତଜନନୀ ମାତା ପାର୍ବତୀଙ୍କ ଦେବ ବିବାହ ନିମନ୍ତେ ଥାଳ ଉଠା ନିତି ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ଶୀତଳ ଷଷ୍ଠୀ ଉତ୍ସବର ସଫଳ ଓ ସକୁଶଳତା ପାଇଁ ଧୂପ, ଦୀପ, ପୁଷ୍ପ, ବେଲପତ୍ର ଓ ନୈବେଦ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଆଳତୀ ପରେ ବିଧି ମତେ ମନ୍ଦିର ପୂଜକ ଥାଳ ଉଠାଇଥିଲେ। ଚଳିତ ବର୍ଷ ବ୍ରୃକ୍ସହିଲ ସ୍ଥିତ ଏକ୍ସପ୍ଲୋସିଭ କଲୋନୀ ନିବାସୀ ବିଜୟ ମହାନ୍ତି ଓ ଧର୍ମପତ୍ନୀ ପ୍ରିୟଙ୍କା ମହାନ୍ତି କନ୍ୟା ପିତାମାତାର ଦାୟିତ୍ୱ ନିର୍ବାହ କରିବେ। ଏହି ଅବସରରେ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଥାଳ ଉଠା ନିତି ପରେ ଅଞ୍ଚଳରେ ଘରକୁ ଘର ଯାଇ ସହଯୋଗ ରାଶି ସଂଗ୍ରହ କରିଥିଲେ।

ପାହାଡେଶ୍ୱର ବାବା, ବୁଢ଼ାରଜା
ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ସ୍ଥାନୀୟ ବୁଢ଼ାରଜା ସ୍ଥିତ ଶ୍ରୀ ଶ୍ରୀ ପାହାଡେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଚଳିତ ବର୍ଷ ଶୀତଳ ଷଷ୍ଠୀ ନିମନ୍ତେ ଶ୍ରୀ ଶ୍ରୀ ପାହାଡେଶ୍ୱର ବାବାଙ୍କ ମନ୍ଦିରରେ ସଫଳ ଓ ସକୁଶଳତା ପାଇଁ ପାରମ୍ପରିକ ରିତିନିତି ଅନୁଯାୟୀ ଧୂପ, ଦୀପ, ପୁଷ୍ପ, ବେଲପତ୍ର ଓ ନୈବେଦ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ଓ ଆଳତୀ ପରେ ପୂଜକ ଶୈଳେନ୍ଦ୍ର ପୂଜାରୀ ଓ ରାଜା ସିଂଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମ୍ପନ୍ନ କରାଯାଇ ନିତି ଅନୁଯାୟୀ ଚଳିତ ବର୍ଷ ପାଇଁ ପ୍ରଧାନପଡା ନିବାସୀ ସତ୍ୟାନନ୍ଦ ନାୟକ ଓ କଲ୍ୟାଣି ନାୟକ ଙ୍କୁ କନ୍ୟା ପିତାମାତାର ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏହି ଅବସରରେ ମୁଦିପଡା ନିବାସୀ ବରପିତା ଅଭୟ ପାଣି ଓ ସହଧର୍ମିଣୀ ଜ୍ୟୋର୍ତିମୟୀ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସଲେଶ୍ୱର ବାବା, ସରଲାକାନୀ
ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ସ୍ଥାନୀୟ ସରଲାକାନୀ ସ୍ଥିତ ଶ୍ରୀ ଶ୍ରୀ ସଲେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଚଳିତ ବର୍ଷ ଶୀତଳ ଷଷ୍ଠୀ ନିମନ୍ତେ ଶ୍ରୀ ଶ୍ରୀ ସଲେଶ୍ୱର ବାବାଙ୍କ ମନ୍ଦିରରେ ସଫଳ ଓ ସକୁଶଳତା ପାଇଁ ପାରମ୍ପରିକ ରିତିନିତି ଅନୁଯାୟୀ ଧୂପ, ଦୀପ, ପୁଷ୍ପ, ବେଲପତ୍ର ଓ ନୈବେଦ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ଓ ଆଳତୀ ପରେ ପୂଜକ ଉପେନ୍ଦ୍ର ପାଣିଗ୍ରାହୀ ଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମ୍ପନ୍ନ କରାଯାଇ ନିତି ଅନୁଯାୟୀ ଚଳିତ ବର୍ଷ ପାଇଁ ସୁବ୍ରତ ପ୍ରଧାନ ଓ ସନ୍ତୋଷିନୀ ପ୍ରଧାନ ଙ୍କୁ କନ୍ୟା ପିତାମାତାର ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏହି ଅବସରରେ ବରପିତା ଉଦ୍ଧବ ଭୋଇ ଙ୍କ ସମେତ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories