www.samajalive.in
Tuesday, December 9, 2025
16.1 C
Bhubaneswar

କୁଜୀବରରେ ଅକ୍ଷୟ ତୃତୀୟା ଉତ୍ସବ

ଚୌଦ୍ୱାର: ଆଗ୍ରାହାଟ ପଞ୍ଚାୟତ କୁଜୀବର ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇ ଯାଇଛି। ସ୍ଥାନୀୟ ସରପଞ୍ଚ ସଂଧ୍ୟାରାଣୀ ରାଉତଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଭାତରୁ ଭୂମିପୂଜା ହୋମ ଆଦି ଅନୁଷ୍ଠିତ ହେବାପରେ ପ୍ରାକ୍ତନ୍‍ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ହଳ ଲଙ୍ଗଳ ଓ ବଳଦ ପୂଜାକରି ବିଲରେ ହଳ ବୁଲାଇଥିଲେ। ପରେ ପରେ ସେ ଜମିରେ ପବିତ୍ର ଅକ୍ଷୀ ମୁଠି ଧାନ ବୁଣିଥିଲେ। ଏହି ଅବସରରେ ଅଞ୍ଚଳର ୧୦ଜଣ ସଫଳ ଚାଷୀଙ୍କୁ ଶ୍ରୀ ବିଶ୍ୱାଳ ସମ୍ବର୍ଦ୍ଧିତ କରିଥିଲେ।ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, କାଉନସିଲର ଆଶୁତୋଷ ଦାସ, ଜିଲା ପରିଷଦ ସଦସ୍ୟ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ, ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ସରପଞ୍ଚ ଦିଲ୍ଲିପ ଭୋଇ, ସ୍ଥାନୀୟ ସମିତିସଭ୍ୟା ବନଲତା ନାୟକ, ମାମା ଦାସ, କରୁଣାକର ବେହେରା, ଶରତ ଚନ୍ଦ୍ର ନାୟକ, ତୀର୍ଥାନନ୍ଦ ସୁବୁଦ୍ଧିରାୟ, ମୁନା ରାଉତଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories