www.samajalive.in
Saturday, December 13, 2025
17.1 C
Bhubaneswar

୩ରୁ ଯୁବ ଦୌଡ଼କୁଦ: ଭାଗନେବେ ୮୦୦ ପ୍ରତିଯୋଗୀ

ଭୁବନେଶ୍ୱର : ଅକ୍ଟୋବର ୩ରୁ ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଆଥ୍‍ଲେଟିକ୍‍ ଟ୍ରାକ୍‍ରେ ରିଲାଏନ୍ସ ଫାଉଣ୍ଡେସନ ୟୁଥ୍‍ ସ୍ପୋର୍ଟ୍ସ ଦୌଡ଼କୁଦ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବ। ଆଥ୍‍ଲେଟିକ ଫେଡେରେସନ ଅଫ ଇଣ୍ଡିଆ ସ୍ୱୀକୃତିପ୍ରାପ୍ତ ଉକ୍ତ ପ୍ରତିଯୋଗିତାରେ ସାରା ଦେଶର ୧୪ଟି ସହରସ୍ଥିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୮୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ଭୁବନେଶ୍ୱର, ଚେନ୍ନଇ, ଦିଲ୍ଲୀ, ଗୁଆହାଟି, ହାଇଦରାବାଦ, କଲକାତା, ଲକ୍ଷ୍ନୌ, ମୁମ୍ବଇ, ପଟିଆଲା,କୋଜିକୋଡ୍‍, ରୋହତକ, ତିରୁଅନନ୍ତପୁରମ ଓ ଭଦୋଦରା ସହରର ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। ପ୍ରତିଯୋଗିତା ସବ୍‍ ଜୁନିୟର ବାଳକ ଓ ବାଳିକା ବର୍ଗରେ ୭ମ ଓ ୮ମ ଶ୍ରେଣୀ, ଜୁନିୟର ବାଳକ ଓ ବାଳିକା ବର୍ଗରେ ଅଷ୍ଟମରୁ ଦଶମ ଶ୍ରେଣୀ, ସିିନିୟର ପୁରୁଷ ଓ ମହିଳା ବର୍ଗରେ ଯୁକ୍ତ ୨ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ସମସ୍ତ ଇଭେଣ୍ଟ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ) ନିୟମ ଅନୁଯାୟୀ ଖେଳାଯିବ। ଏଥିରେ ଉତ୍କର୍ଷ ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆସନ୍ତା ନଭେମ୍ବରରେ ଖେଳାଯିବାକୁ ଥିବା ଜାତୀୟ ରିଲାଏନ୍ସ ଫାଉଣ୍ଡେସନ ୟୁଥ୍‍ ସ୍ପୋର୍ଟ୍ସ ଆଥ୍‍ଲେଟିକ ପ୍ରତିଯୋଗିତାରେ ଭାଗନେବା ଲାଗି ମନୋନୟନ କରାଯିବ। ଜାତୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ଖେଳାଳିଙ୍କୁ ମନୋନୟନ କରାଯାଇ ରିଲାଏନ୍ସ ଫାଉଣ୍ଡେସନ ୟୁଥ୍‍ ସ୍ପୋର୍ଟ୍ସ ଆଥ୍‍ଲେଟିକ ଏଲିଟ୍‍ ଏକାଡ଼େମୀରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ।
ସେପ୍ଟେମ୍ବର ୧୯ରେ ବେଙ୍ଗାଲୁରୁଠାରେ ଆୟୋଜିତ ଆଞ୍ଚଳିକ ଦୌଡ଼କୁଦ ପ୍ରତିଯୋଗିତାର ବାଳିକା ୧୦୦ମିଟର ଦୌଡ଼ରେ ବେଙ୍ଗାଲୁରୁ ସେଣ୍ଟ ଫ୍ରାନ୍ସସିସ୍‍ ବାଳିକା ଜାଭିୟର୍ସ ସ୍କୁଲର ୧୩ ବର୍ଷ ବୟସ୍କା ଛାତ୍ରୀ ନିଓଲ ଆନା କୋଲିନିଓ ୧୨.୭୨ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ୟୁଥ୍‍ ସ୍ପୋର୍ଟ୍ସ ଆଥ୍‍ଲେଟିକ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଚେନ୍ନଇରେ ଖେଳାଯାଇଥିଲା। ସୂଚନାଯୋଗ୍ୟ ତୃଣମୂଳସ୍ତରରୁ ଯୁବ ଖେଳାଳିଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ୨୦୧୭ରୁ ରିଲାଏନ୍ସ ଫାଉଣ୍ଡେସନ ୟୁଥ୍‍ ସ୍ପୋର୍ଟ୍ସ (ଆରଏଫୱାଇଏସ୍‍ ) ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories