www.samajalive.in
Monday, December 8, 2025
14.1 C
Bhubaneswar

ପୁଟିନଙ୍କୁ କ୍ୟାନ୍‌ସର; ଛାଡ଼ିବେ ଯୁଦ୍ଧ ଭାର !

ନୂଆଦିଲ୍ଲୀ: ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଏବେ ବି ଜାରି ରହିଛି ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲଢ଼େଇ ଥମିବାର ନାଁ ହିଁ ଧରୁନାହିଁ । ଏହାରି ଭିତରେ ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ନେଇ ଆସିଛି ଏକ ବଡ଼ ଖବର । କୁହାଯାଉଛି କି ପୁଟିନ୍‌ କିଛି ଦିନ ପାଇଁ କ୍ଷମତାରୁ ଦୂରେଇ ରହିବେ । ନିଜର କ୍ୟାନ୍ସର ଚିକିତ୍ସା କରାଇବା ପାଇଁ ସେ କ୍ଷମତାରୁ ନିଜକୁ ଦୂରେଇ ରଖିବେ । ଏଥିପାଇଁ ପୁଟିନଙ୍କ ଅସ୍ତ୍ରପଚାର ହେବ । ତେଣୁ ୟୁକ୍ରେନ୍‌ ଆକ୍ରମଣ ଦାୟିତ୍ୱ ସେ ପୂର୍ବତନ ସ୍ପାଏ ମୁଖ୍ୟ ତଥା ସିକ୍ୟୁରିଟି କାଉନ୍‌ସିଲ ମୁଖ୍ୟ ନିକୋଲାଇ ପେତ୍ରୁଶେଭ୍‌ଙ୍କୁ ଦେବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ନିକୋଲାଇ ପୁଟିନଙ୍କ ଅତି ନିକଟତର ସହଯୋଗୀ । ସେଥିଲାଗି ପୁଟିନ୍‌ ତାଙ୍କୁ ଏହି ଯୁଦ୍ଧର ଦାୟିତ୍ୱ ଦେବେ । ଯୁଦ୍ଧର ନୀତି ବିଷୟରେ ସେକାଳେ ବେଶ ପାରଙ୍ଗମ । ଯୁଦ୍ଧ କରିବାକୁ ନେଇ ସେକାଳେ ପୁଟିନଙ୍କୁ ପ୍ରବର୍ତ୍ତାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ମିଳିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡ଼ିକର ରିପୋର୍ଟ ଅନୁସାରେ ପୁଟିନ୍‌ ପେଟ କ୍ୟାନସର ରୋଗରେ ପଡ଼ୀତ ଅଛନ୍ତି । ତାହା ସହ ତାଙ୍କୁ ପାର୍କିସନ ରୋଗ ମଧ୍ୟ ହୋଇଛି ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories