www.samajalive.in
Monday, December 8, 2025
14.1 C
Bhubaneswar

ପିଏମ୍ଇସିରେ ପଶୁ ପକ୍ଷୀଙ୍କ ପାଇଁ ଜଳଛତ୍ର

ଗୋପାଳପୁର: ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କ୍ୟାମ୍ପସ ପରିସରରେ ପଶୁପକ୍ଷୀଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିଛନ୍ତି। ବିଗତ ବର୍ଷ ଖରା ଦିନରେ ପ୍ଲାଷ୍ଟିକ ବୋତଲ ଓ ଅଦରକାରୀ ପ୍ଲାଷ୍ଟିକ ବାଲତି ଓ ଡଷ୍ଟବିନଙ୍କୁ କାଟି କ୍ୟାମ୍ପସରେ ଚଢ଼େଇ ଓ ମାଙ୍କଡ଼ମାନଙ୍କ ପାଇଁ ପାଣି ରଖୁଥିଲେ । ଏବର୍ଷ ମଧ୍ୟ ସେହିପରି କିଛି ପାଣିକୁଣ୍ଡ ସହ ମାଟି ପଥୁରିରେ ଶିକା କରି କ୍ୟାମ୍ପସ ପରିସରରେ ଝୁଲାଇଛନ୍ତି। ଅନେକ ସମୟରେ ବିଭିନ୍ନ ପ୍ରୟାସ ନେଉଥିବା ଛାତ୍ର ପ୍ରତିନିଧି ରାହୁଲ୍ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଓ ପୁନଃ ବ୍ୟବହାରକୁ ନେଇ ପରିଚାଳନା ଦିଗରେ ଏହିପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମତ ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ଦେଖି ମହାବିଦ୍ୟାଳୟକୁ ବୁଲିବାକୁ ଆସିଥିବା ବି.ଏସ ପଣ୍ଡା(ପ୍ରଫେସର୍, ଆଇଆଇଟି ଦିଲ୍ଲୀ) ପ୍ରଶଂସା କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜନ କୁମାର ସ୍ବାଇଁ ଛାତ୍ରଛାତ୍ରୀଙ୍କୁ ଆହୁରି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ଏନଏସଏସ ଅଧ୍ୟାପକ ସଂଯୋଜକ ଅଧ୍ୟାପକ ଡ଼. ଚିତ୍ତରଞ୍ଜନ ମଲ୍ଲିକଙ୍କ ସମେତ ଡ଼.ସୌରଭ ଭୋଇ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣବିନ୍ଦୁ ପାଣି, ପ୍ରୀୟଂଶୁ ପଟ୍ଟନାୟକ, ପବିତ୍ର ମୁରାରୀ ଦାସ, ଶୁଭମ୍, ସଞ୍ଜୀବ ସାହୁ, ସନ୍ଦୀପ ସାହୁ, ହ୍ରିତିକ୍, ଜୀବନ ଜ୍ୟୋତି ସାମନ୍ତ ସିଂହାର, ଅଭିଷେକ ପାଣିଗ୍ରାହୀ ଓ ସାଗର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories