www.samajalive.in
Saturday, December 13, 2025
26.1 C
Bhubaneswar

ଆଗତ ହୋଇପାରିଲା ନାହିଁ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ୪ର୍ଥ ଦିନରେ ମଧ୍ୟ ଆଗତ ହୋଇପାରି ନାହିଁ। ପୂର୍ବଦିନ ଗୁଡିକ ଭଳି ବିରୋଧୀ ଏଆଇଏଡିଏମ୍‌କେ ଓ ଟିଆରଏସ୍‌ ସଦସ୍ୟମାନେ ଆଜି ଲୋକସଭାରେ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ବାଚସ୍ପତି କହିଥିଲେ ଗୃହରେ ଉପଯୁକ୍ତ ବାତାବରଣ ସୃଷ୍ଟି ନ ହେବା ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇପାରିବ ନାହିଁ। ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ୱାଇଏସଆର କଂଗ୍ରେସ ପାର୍ଟି ସରକାରଙ୍କ ବିରୋଧରେ ଦୁଇଟି ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି। ଏହି ଦୁଇ ନୋଟିସକୁ ବାଚସ୍ପତି ବିଚାର ପାଇଁ ଗ୍ରହଣ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ପୂର୍ବରୁ ନୋଟିସ ପଛରେ କେତେ ସଦସ୍ୟଙ୍କ ସମର୍ଥନ ରହିଛି ତାହା ଜାଣିବାକୁ ବାଚସ୍ପତି ପ୍ରକ୍ରିୟା ଆରମ୍ଭ କରିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମଦଳ ନୋଟିସକୁ ସମର୍ଥନ କରିବା ପୂର୍ବକ ହାତ ଉଠାଇଥିଲେ। ଏହି ସମୟରେ ଏଆଇଏଡିଏମ୍‌କେ ସଦସ୍ୟମାନେ ହଠାତ ଗୃହରେ ବିଶୃଙ୍ଖଳା ଆରମ୍ଭ କରିଥିଲେ। ସେହିପରି ଟିଆରଏସ୍‌ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସିଥିଲେ। ଏହି ସଦସ୍ୟମାନେ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏଆଇଏଡିଏମ୍‌କେ ସାଂସଦମାନେ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ଦାବିରେ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ତେଲଙ୍ଗାନାରେ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ହାରକୁ ବୃଦ୍ଧି କରିବା ଦାବିରେ ଟିଆରଏସ୍‌ ସଦସ୍ୟମାନେ ହୋହଲ୍ଲା କରିଥିଲେ। ବିକ୍ଷୋଭକାରୀ ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ବାରମ୍ବାର ନିବେଦନ କରିଥିଲେ। ମାତ୍ର ସେମାନେ ବାଚସ୍ପତିଙ୍କ ନିବେଦନକୁ ଶୁଣି ନଥିଲେ। ଫଳରେ ବାଚସ୍ପତି ନୋଟିସ ପଛରେ ରହିଥିବା ସମର୍ଥକଙ୍କୁ ଗଣତି କରିପାରି ନଥିଲେ। ହୋହଲ୍ଲା ଓ ପ୍ଲାକାର୍ଡ ପ୍ରଦର୍ଶନ ଯୋଗୁଁ ବାଚସ୍ପତି ନୋଟିସକୁ କେତେ ସଦସ୍ୟ ସମର୍ଥନ କରୁଛନ୍ତି ତାହା ଦେଖିପାରି ନଥିଲେ। ଏପରି ବିଶୃଙ୍ଖଳା ଭିତରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ସମ୍ଭବ ନୁହେଁ ବୋଲି କହି ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories