www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠୁ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ଆରମ୍ଭ

ଆରଡି: ଆଜିଠୁ ଆଖଣ୍ଡଳମାଣିଙ୍କ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟତୃତୀୟା ଅବସରରେ ଆଜିଠାରୁ ୨୧ଦିନ ଯାଏଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ନୀତି କରାଯିବ । ଏଥିପାଇଁ ମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ୨ଟି ନାବ ନନ୍ଦି ଓ ଭୃଙ୍ଗିକୁ ଚାପଖେଳ ନିମନ୍ତେ ପ୍ରସ୍ତୁତ କରାଯାଉଛି । ଏପରିକି ମହାରଣା ସେବାକାରୀଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି । ଚନ୍ଦନମଣ୍ଡପ ଓ ପୁଷ୍କରିଣୀ ଚତୁଃପାର୍ଶ୍ବକୁ ଆଲୋକ ମାଳାରେ ସଜ୍ଜିତ କରାଯାଉଛି । ଗତ ୨ବର୍ଷ ହେବ ମହାମାରୀ କରୋନା ପାଇଁ କେବଳ ଭିତର ଚନ୍ଦନନୀତି କରାଯାଇଥିଲା । ହେଲେ ଚଳିତବର୍ଷ କରୋନା କଟକଣା ହଟିଥିବାରୁ ବାହାରେ ଚନ୍ଦନନୀତି ନିମନ୍ତେ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଛି ।

ଏପରିକି ଚନ୍ଦନନୀତି ନିମନ୍ତେ ସମସ୍ତ ନୀତିକାନ୍ତି ଚୂଡାନ୍ତ ହୋଇଛି । ପ୍ରତିଦିନ ଭୋର ବାବାମଣିଙ୍କର ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଗ୍ରୀଷ୍ମଋତୁର  ଶୀତଳ ଉପଚାର ନୀତି ସରିବା ପରେ ପହିଲି ବାଲ୍ୟଭୋଗ, ପହଡଖିଆ ଅନ୍ନନୀତି, ଯୋଗୀବେଶ, ବଡନୀତି ସରିବା ପରେ ଅପରାହ୍ଣରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟକିର୍ତ୍ତନ ସହ ଚନ୍ଦନମଣ୍ଡପକୁ ବିଜେ କରାଯିବ । ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଚନ୍ଦନ ଲାଗି ହେବା ପରେ ଚାପଡଙ୍ଗାକୁ ପ୍ରତିଷ୍ଠା କରାଯାଇ ପୁଷ୍କରିଣୀରେ ଚାପଖେଳ କରାଯିବ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories