www.samajalive.in
Saturday, December 13, 2025
26.1 C
Bhubaneswar

କଟକରେ ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

କଟକ :  ସରକାରୀ ବିଦ୍ୟାଳୟ ଗୁଡିକରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ହାର ଶତ ପ୍ରତିଶତ ବୃଦ୍ଧି ନିମନ୍ତେ ଅଭିଭାବକଙ୍କୁ ଅଭିପ୍ରେରିତ କରିବା ଲାଗି କଟକରେ ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି। ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଏହି ଶିକ୍ଷା ସଚେତନତା ରଥ କଟକ ସଦର ଓ ସହରର ସମସ୍ତ ବିଦ୍ୟାଳୟ ଅଞ୍ଚଳରେ ୫ ଦିନ ଧରି ପରିକ୍ରମା କରିବ।

ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ମାର୍ଗଦର୍ଶନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ସନ୍ତୋଷ କୁମାର ରାଉତ, ସୋନାମିକା ରାୟ ଓ ଦିପ୍ତୀମୟୀ ଶୁଭଦର୍ଶିନୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୋମବାର କଟକ ସଦର ବ୍ଲକ ଶିକ୍ଷା ଅଧିକାରୀ ସରସ୍ଵତୀ କାନୁନଗୋ ନଡିଆ ଭାଙ୍ଗି ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରିଛନ୍ତି।

- Advertisement -

ସରକାରୀ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବାରୁ ଅଭିଭାବକମାନେ ଏଥିପ୍ରତି ଆକୃଷ୍ଟ ହେବାକୁ ଏହି ରଥ ସଚେତନତା ସୃଷ୍ଟି କରିବ । ସେହିପରି ସରକାରୀ ସ୍କୁଲରୁ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା(ଡାକ୍ତରୀ ଓ ଇଞ୍ଜିନୟରିଂ) ଦୃଷ୍ଟିରୁ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ଏହି ଶିକ୍ଷା ରଥ ସଚେତନତା ଜାଗ୍ରତ କରାଇବ।

ଆୟୋଜିତ କାର୍ଯ୍ୟକ୍ରମରେ ସହ ଶିକ୍ଷା ଅଧିକାରୀ ଅନନ୍ତ ଚରଣ ଦେହୁରୀ, ସରୋଜିନୀ ମିଶ୍ର, କନକଲତା ମହାପାତ୍ର, ତଥା ସମସ୍ତ ସିଆରସିସି ଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories