www.samajalive.in
Sunday, December 14, 2025
26.1 C
Bhubaneswar

ଅଜଣା ଗାଡି ଧକ୍କାରେ ୩ ଗୋରୁ ମୃତ, ଉତ୍ୟକ୍ତ ଗ୍ରାମବାସୀଙ୍କ ୪ ଘଣ୍ଟା ଜାତୀୟ ରାଜପଥ ଅବରୋଧ

ବୌଦ୍ଧ, : ଖୋର୍ଧା- ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧଜିଲା ଖଜୁରୀପଡା ଛକଠାରେ ଏକ ଅଜଣା ଗାଡି ଧକ୍କାରେ ୩ ଗୋରୁଙ୍କ ମୃତ୍ୟୁ ହେବାଫଳରେ ଉତ୍ୟକ୍ତ ଗ୍ରାମବାସୀମାନେ ଦୀର୍ଘ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ସୂଚନା ମୁତାବକ ସୋମବାର ସକାଳୁ ଖଜୁରୀପଡା ଗ୍ରାମର ପରମାନନ୍ଦ ପ୍ରଧାନ ନିଜର ଗାଈ ଚରାଇବାକୁ ନେଉଥିବାବେଳେ ଜାତୀୟ ରାଜପଥ ଉପରେ ପୁରୁଣାକଟକ ପଟରୁ ବୌଦ୍ଧ ଆଡକୁ ଆସୁଥିବା ଟ୍ରକ ୩ ଟି ଗୋରୁଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗାଡି ଧକ୍କାରେ ୩ ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।

ଏହି ଘଟଣା ପରେ ଗରିବ ପରମାନନ୍ଦଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ । ବୌଦ୍ଧଥାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କୁ ଅନେକ ବୁଝାଶୁଝା କରିବାପରେ ମଧ୍ୟ ସେମାନେ ଦୀର୍ଘ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିବା ଦ୍ୱାରା ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ପରେ ଜିଲା ରେଡକ୍ରସ ପାଣ୍ଠିରୁ ଗାଈମାଲିକ ପରମାନନ୍ଦଙ୍କୁ ୧୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟିଥିଲା ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories