www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟୁତ୍‍କାଟ ବିରୋଧରେ ସାମ୍ବାଦିକ ସଂଘର ଧାରଣା

ଆଠଗଡ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକେ ଏମିତି ହନ୍ତସନ୍ତ ହେଉଥିବାବେଳେ ଅଘୋଷିତ ବିଦ୍ୟୁତ୍‍ କାଟ ଯୋଗୁଁ ଜନଜୀବନ ଦୁର୍ବିସହ ହୋଇପଡୁଛି। ବିଦ୍ୟୁତ୍‍ କାଟ ହେବନି ବୋଲି ଖୋଦ୍‍ ମୁଖ୍ୟ ଶାସନ ସଚିବ କହିଥିବା ବେଳେ ବିଦ୍ୟୁତ୍‍ ବିତରଣ କମ୍ପାନୀ ଟାଟା ପାୱାର ମୁଖ୍ୟ ଶାସନ ସଚିବଙ୍କ କଥାକୁ ବେଖାତିର କରି ବିଦ୍ୟୁତ୍‍ କାଟ କରିଚାଲିଛନ୍ତି। ଟାଟା ପାୱାର କର୍ତ୍ତୃପକ୍ଷ ପରୀକ୍ଷାର୍ଥୀ, ଡାକ୍ତରଖାନାର ରୋଗୀ ଏବଂ ବୟସ୍କ ନାଗରିକଙ୍କ ସ୍ୱାର୍ଥକୁ ଅଣଦେଖା କରି ଦିନରାତି ବାରମ୍ବାର ବିଦ୍ୟୁତ୍‍ କାଟ କରୁଥିବାରୁ ଲୋକେ ନାହିଁ ନଥିବା କଷ୍ଟ ଅନୁଭବ କରୁଛନ୍ତି। ଏହି ଅଘୋଷିତ ବିଦ୍ୟୁତ୍‍ କାଟ ବିରୋଧରେ ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଟାଟା ପାୱାର କମ୍ପାନୀର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏଥିରେ ଗଡଜାତ ପରିକ୍ରମା, ଆଠଗଡ ସୁରକ୍ଷା ମଞ୍ଚ, ମୁନଷ୍ଟାର କ୍ଲବ ପକ୍ଷରୁ ମଧ୍ୟ ଏହି ଧାରଣା ଓ ବିକ୍ଷୋଭକୁ ସମର୍ଥନ କରାଯାଇଥିଲା। ଦୀର୍ଘ ୩ଘଣ୍ଟା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଧାରଣା ସ୍ଥଳରେ ପହଞ୍ଚି ୫ଦିନ ମଧ୍ୟରେ ଏହି ବିଦ୍ୟୁତ୍‍ କାଟ ସମସ୍ୟାର ସମାଧାନ କରିବେ ଓ ଆଉ ବିଦ୍ୟୁତ୍‍ କାଟ ନକରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ସଂପାଦକ ସନ୍ତୋଷ କୁମାର ବାରିକ, ସଭ୍ୟ ବିଜୟ କୁମାର ନାୟକ, ଆଠଗଡ ସୁରକ୍ଷା ମଞ୍ଚ ସଂପାଦକ ଜଗଦାନନ୍ଦ ତ୍ରିପାଠୀ, ଆଇନଜୀବୀ ଶଂକର୍ଷଣ ମହାନ୍ତି ଆଇନଜୀବୀ ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ସେଠୀ, ଅଶୋକ କୁମାର ଦାଶ, ରଜନୀକାନ୍ତ ଜେନା, ମୁନଷ୍ଟାର କ୍ଲବର ସଭାପତି ଜ୍ଞାନରଞ୍ଜନ ପଟ୍ଟନାୟକ ପ୍ରମୁଖ ଏହି ଧାରଣା ଓ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories