www.samajalive.in
Friday, December 12, 2025
16.1 C
Bhubaneswar

ଭାରତ ସୀମାକୁ ପଶି ଆସିଲା ପାକିସ୍ତାନୀ ହେଲିକପ୍ଟର

ଜାମ୍ମୁ : ପାକିସ୍ତାନର ଏକ ହେଲିକପ୍ଟର ଭାରତର ଆକାଶ ସୀମାକୁ ଉଲ୍ଲଙ୍ଘନ କରି ରବିବାର ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରକୁ ପଶି ଆସିଥିଲା। ସେଠାରେ ପ୍ରାୟ ୫ ମିନିଟ ଉଡ଼ାଣ ପରେ ହେଲିକପ୍ଟରଟି ଫେରି ଯାଇଥିଲା। ଦିନ ପ୍ରାୟ ୧୨ଟା ୧୩ ମିନିଟରେ ଏହି ହେଲିକପ୍ଟର ଭାରତ ସୀମାର ପ୍ରାୟ ୨୫୦ ମିଟର ଭିତରକୁ ପଶି ଆସିଥିଲା ବୋଲି ଭାରତୀୟ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦର ଆନନ୍ଦ ପ୍ରକାଶ କରିଛନ୍ତି। ଭୁଲ ବଶତଃ ହେଲିକପ୍ଟରଟି ନିୟନ୍ତ୍ରଣ ରେଖା ପାର କରି ଭାରତୀୟ ସୀମାକୁ ପଶି ଯାଇଥିଲା ବୋଲି ପାକିସ୍ତାନ ସୁରକ୍ଷା ବାହିନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏନେଇ ଭାରତ ପକ୍ଷରୁ ପାକିସ୍ତାନକୁ ପ୍ରତିବାଦ ଓ ଆପତ୍ତି ଜଣାଯାଇଛି।
ଆତଙ୍କବାଦକୁ ନେଇ ପାକିସ୍ତାନ ଏବଂ ଭାରତର ସମ୍ପର୍କ ନଷ୍ଟ ହୋଇ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ମାସରେ ପାକିସ୍ତାନର ଏକ ସାମରିକ ହେଲିକପ୍ଟର ନିୟନ୍ତ୍ରଣ ରେଖା ପାର କରି ଭାରତର ସୀମାର ୩୦୦ ମିଟର ଭିତରକୁ ପଶି ଆସିଥିଲା। ଏହା ଏକ ସାମରିକ କି ବେସାମରିକ ହେଲିକପ୍ଟର ଥିଲା ତାହା ସ୍ପଷ୍ଟ ହୋଇନାହିଁ। ଏଭଳି ଆକାଶ ସୀମା ନିମୟ ଉଲ୍ଳଙ୍ଘନର କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛି ବୋଲି କୁହାଯାଇଛି। ପ୍ରକାଶଯୋଗ୍ୟ ଯେ ଉଭୟ ପକ୍ଷର ସାମରିକ ଏବଂ ବେସାମରିକ ବିମାନ ନିୟନ୍ତ୍ରଣ ରେଖା ନିକଟରୁ ୧ କିଲୋମିଟର ଦୂରରେ ରହିବାର ନିୟମ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories