www.samajalive.in
Saturday, December 13, 2025
26.1 C
Bhubaneswar

ମେ’ ୨ରୁ ମୋଦୀଙ୍କ ୟୁରୋପ ଗସ୍ତ, ୮ ରାଷ୍ଟ୍ରମୁଖ୍ୟଙ୍କ ସହ ୨୫ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୨ ତାରିଖରୁ ୩ଦିନିଆ ୟୁରୋପ ଗସ୍ତରେ ଯାଉଛନ୍ତି। ଡେନମାର୍କରେ ଆୟୋଜିତ ଦ୍ବିତୀୟ ଇଣ୍ଡିଆ-ନୋର୍ଡିକ ସମ୍ମିଳନୀ ଅବସରରେ ମୋଦୀ ମୋଟ୍‌ ୬୫ ଘଣ୍ଟା ବିତାଇବେ। ଏହି ସମୟରେ ସେ ୨୫ଟି ବୈଠକରେ ଯୋଗଦେବା ସହ ଜର୍ମାନୀ ଓ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟଙ୍କ ସହିତ ମୋଟ ୮ ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହାବାଦ୍‌ ମୋଦୀ ୫୦ଟି ବ୍ୟବସାୟ ଗୋଷ୍ଠୀର ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ମୋଦୀ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିବେ। ଏହି ଗସ୍ତ ପରେ ମୋଦୀଙ୍କର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ସାକ୍ଷାତ୍‌ ଆଲୋଚନା କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ ୟୁରୋପର ଅଧିକାଂଶ ରାଷ୍ଟ୍ର ରୁଷିଆ ବିରୋଧୀ ହୋଇପଡ଼ିଥିବା ସମୟରେ ମୋଦୀଙ୍କ ଏହି ଗସ୍ତକୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି। ମୋଦୀ ଗୋଟିଏ ଲେଖାଏଁ ରାତି ଜର୍ମାନୀ ଓ ଡେନମାର୍କରେ କଟାଇବେ।

ପ୍ୟାରିସ୍‌ରେ ମୋଦୀ ଫ୍ରାନ୍‌ସର ରାଷ୍ଟ୍ରପତି ଉମାନୁଏଲ୍‌ ମାକ୍ରନ୍‌ଙ୍କ ସହ ବୈଠକ କରିବେ। ପରବର୍ତ୍ତୀ ସମୟରେ ମୋଦୀ ଜର୍ମାନୀ ଯାଇ ବର୍ଲିନ୍‌ରେ ଚାନସେଲର୍‌ ଓଲାଫ୍‌ ସୋଲ୍‌ଜଙ୍କ ସହ ଆଲୋଚନା କରିବେ। ଜର୍ମାନୀରୁ ପ୍ରଧାନମନ୍ତ୍ରୀ ମୋଦୀ ଡେନମାର୍କର କୋପେନ୍‌ହାଗେନ୍‌ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍‌ ଫେଡ୍ରିକସନ୍‌ଙ୍କ ସହ ବୈଠକ କରିବେ। ଡେନମାର୍କ ଦ୍ବାରା ଆୟୋଜିତ ଦ୍ବିତୀୟ ଇଣ୍ଡିଆ-ନୋର୍ଡିକ୍‌ ସମ୍ମିଳନୀରେ ଯୋଗ ଦେବେ। ଏହି ଅବସରରେ ମୋଦୀ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କାର୍ଟିନ ଜାକୋବ୍‌ସଡୋଟିର୍‌, ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍‌ ଘାର, ସ୍ବିଡେନ୍‌ ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଡରସନ୍‌ ଓ ଫିନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନ୍‌ଙ୍କ ସହ ଆଲୋଚନା କରିବେ। କରୋନା ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ବିକାଶ, ଜଳବାୟୁ ପରିବର୍ତ୍ତନ, ଉଦ୍‌ଭାବନ ଓ ବୈଷୟିକ ଜ୍ଞାନ, ଅକ୍ଷୟ ଶକ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ। ପ୍ରଥମ ଇଣ୍ଡିଆ-ନୋର୍ଡିକ୍‌ ଆଲୋଚନାଚକ୍ର ୨୦୧୮ରେ ଷ୍ଟକ୍‌ହୋମ୍‌ରେ ଆୟୋଜିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories