www.samajalive.in
Sunday, December 14, 2025
16.1 C
Bhubaneswar

ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବଜାର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖରୁ ଚାଲିଥିବା ଆଦିବାସୀ ମେଳା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଏହି ମେଳାରେ ରାଜ୍ୟର ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସେମାନଙ୍କ ଉତ୍ପାଦିତ ଓ ସଂଗୃହୀତ ସାମଗ୍ରୀର ବିପଣି ଖୋଲିଛନ୍ତି । ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ କଳା, ହସ୍ତଶିଳ୍ପ, କୃଷିଜାତ ସାମଗ୍ରୀକୁ ରାଜଧାନୀବାସୀ ଦେଖିବା ଓ କିଣିବା ପାଇଁ ଏହି ମେଳା ଜରିଆରେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଏଥିରେ ସମୁଦାୟ ୧୦୦ଟି ଷ୍ଟଲ ଖୋଲିଥିବାବେଳେ ଏ ସବୁରେ ଜନଜାତି ବର୍ଗର କଳାକୁଶଳତା ଓ ଜୀବିକାନିର୍ବାହ ପ୍ରଣାଳୀ ସଂପର୍କରେ ଦର୍ଶକମାନେ ବହୁ ତଥ୍ୟ ଜାଣି ପାରୁଛନ୍ତି । ବର୍ତ୍ତମାନ ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି । ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହେଉଥିବାରୁ ରାଜଧାନୀକୁ ଆସିଥିବା ଆଦିବାସୀ ମେଳା ଏଥିପାଇଁ ବିରଳ ସୁଯୋଗ ଆଣିଦେଇଛି ।

 

- Advertisement -

ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏ ଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ତାହା ହିଁ ଜନସାଧାରଣଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରୁଛି ଆଦିବାସୀ ମେଳାକୁ । ଗ୍ରାହକମାନଙ୍କର ଭିଡ଼ ଯୋଗୁଁ କିଛି ସମୟ ଚଳଚଞ୍ଚଳ ହୋଇଉଠୁଛି ମେଳା ପରିସର । ଚଳିତ ବର୍ଷ ଆଦିବାସୀ ମେଳାର ଏକ ବଡ଼ ବିଶେଷତ୍ୱ ହେଉଛି, ରାଜ୍ୟର ପୁରପଲ୍ଲୀରେ ପରିବ୍ୟାପ୍ତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ବ୍ୟାପକ ଅଂଶଗ୍ରହଣ । ବିଭିନ୍ନ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସହାୟତାରେ ସେମାନେ ମେଳା ପରିସରକୁ ଆସି ବେପାରବାଣିଜ୍ୟର ପସରା ମେଲାଇ ଦେଇଛନ୍ତି । ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା-ବାସୁମତୀ ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଦର୍ଶକଙ୍କ ଯେତିକି ଆଗ୍ରହ ପରିଲକ୍ଷିତ ହେଉଛି, ସେତିକି ଆଗ୍ରହ ରହୁଛି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ଆଚାର, ହଳଦୀଗୁଣ୍ଡ ଓ ଫୁଲଝାଡ଼ୁ ଆଦି କିଣିବା ପାଇଁ ।
ଆଜି ସନ୍ଧ୍ୟାରେ ମୁଖ୍ୟ ମଂଚରେ ରାଇରଙ୍ଗପୁର ଅଞ୍ଚଳର ଭୂମିଜ ନାଚ ଏବଂ କଳସୀ ନାଚ, କରଞ୍ଜିଆର ହୋ ନାଚ, ବାରିପଦାର ବାଥୁଡ଼ି ନାଚ, ଚନ୍ଦ୍ରଗିରିର ସଉରା ନାଚ ଏବଂ ବାରିପଦାର ଝୁମର ନାଚ ପ୍ରଦର୍ଶନ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories