www.samajalive.in
Friday, December 12, 2025
23.1 C
Bhubaneswar

ଉତ୍କଟ ଜଳ ସମସ୍ୟା -ଦେଓଗାଁ ବ୍ଲକର ୨୮୦ରୁ ୯୦ ଗାଁ ନଦୀ କୂଳରେ

କନିଷ୍ଠ ଯନ୍ତ୍ରୀଙ୍କୁ ବଲାଙ୍ଗିର ବ୍ଲକକୁ ବଦଳି

ଦେଓଗାଁ, -କେବଳ ମଣିଷ ନୁହେଁ, ପାଣି ମୁନ୍ଦାଏ ପିଇବା ପାଇଁ ଗୃହ ପାଳିତ ପଶୁ, ବନ୍ୟଜନ୍ତୁ ଓ ପଶୁପକ୍ଷୀ ଛଟପଟ ହେଉଛନ୍ତି । ପଶୁ ପକ୍ଷୀଙ୍କ କଥା କିଏ ପଚାରେ, ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପ୍ରିଲ ମାସ ଖରା ସାଙ୍ଗକୁ ପାନୀୟ ଜଳର ଉତ୍କଟ ସମସ୍ୟା ଦଓଗାଁ ବ୍ଲକରେ ଦେଖିବାକୁ ମିଳିଲାଣି ।

- Advertisement -

ଦେଓଗାଁ ବ୍ଲକରେ ୧୨୯ଟି ଗାଁ, ୧୫୧ଟି ପଡ଼ା ରହିଛି । ମୋଟ ୨୮୦ଟି ଗାଁ ଓ ପଡ଼ାରେ ୨୪ହଜାର ୭୫୭ ପରିବାର ତଥା ୯୭ହଜାର ୯୪୫ଜଣଙ୍କୁ ୧୫୦୪ଟି ନଳକୂଅ ଖୋଳାଯାଇଛି । ୧୬ଟି ସୋଲାର୍‌ ବୋରୱେଲ, ୬୧ଟି ନଳ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଅନ୍ୟ ପକ୍ଷରେ ଦେଓଗାଁ ବ୍ଲକର ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ବଲାଙ୍ଗିର ସଦର ବ୍ଲକକୁ ବଦଳି କରାଯାଇଛି । ବଲାଙ୍ଗିରରେ ରହି କନିଷ୍ଠ ଯନ୍ତ୍ରୀ ଦେଓଗାଁ ବ୍ଲକର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ଏହାକୁ ସ୍ଥାନୀୟ ଲୋକେ ସମାଲୋଚନା କରୁଛନ୍ତି । ଦେଓଗାଁ ବ୍ଲକ ଜିଲା ପ୍ରଶାସନର ସାବତ ପୁଅ ବୋଲି ଲୋକେ କହୁଛନ୍ତି । ଦେଓଗାଁ ବ୍ଲକର ଦେଷଣ୍ଢ, ବନ୍ଧପଡ଼ା, ଧଣ୍ଡାମାଲ, ସାରସମାଲ, ବଡବନ୍ଧ, ସିକୁଆଁ, କୁତୁର୍ଲା, ଦେଓଗାଁ, ହାତୀସରା, ସାଲେପାଲି ପଞ୍ଚାୟତର ୫୫ଟି ଗାଁ ସୋନଗଡ ନଦୀରୁ ଓ ଗୌଡଗୋଠ, ଘୁଡଖାପଲା, ବଡବାହାଲ, ଅର୍ଜୁନପୁର, କୁଲତାପଡ଼ା ଭଳି ୫ଟି ପଞ୍ଚାୟରତ ୩୫ଟି ଗାଁ ଲୋକେ ତେଲ ନଦୀରୁ ପାନୀୟ ଜଳ ପାଉଛନ୍ତି । କିନ୍ତୁ ଜଳ ଯୋଗାଣ ବିଭାଗର ଆନ୍ତରିକତା ଅଭାବ ଯୋଗୁଁ ୧୧ ବର୍ଷ ହେଲା ଗୌଡଗୋଠ ପଞ୍ଚାୟତର ଆମ୍ବଦହଲ, ରତାଖଣ୍ଡିକୁ ଜଳ ଯୋଗାଣ ହୋଇପାରୁ ନାହିଁ । ବ୍ଲକର ୨୮୦ଟି ଗାଁ ଓ ପଡ଼ା ମଧ୍ୟରୁ ୯୦ଟି ଗାଁ ନଦୀ କୂଳରେ ଥିଲେ ମଧ୍ୟ ଆବଶ୍ୟକୀୟ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଲୋକଙ୍କ ମୌଳିକ ଅଧିକାର ଦୃଷ୍ଟିରୁ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories