www.samajalive.in
Friday, December 12, 2025
27.1 C
Bhubaneswar

ଚନ୍ଦନ ହୋଇ ମହାକିବା ଆଶାରେ ‘କେ.ଚନ୍ଦନ’

ପାତ୍ରପୁର : ପାଠପଢା ସହିତ ଅଭିନୟର ନିଶା ଜଣେ ମେଧାବୀ ଛାତ୍ରଙ୍କୁ ନୂତନ ପରିଚୟ ଦେଇଛି । କଳାକାର ଜଣକ ହେଉଛନ୍ତି ଚିକିଟି ବ୍ଳକ ଶିରୀପୁର ଗ୍ରାମର କେ. ଗୋକୁଳଙ୍କ ପୁଅ କେ. ଚନ୍ଦନ । ଚନ୍ଦନ ଏବେ ନୂଆପଡା ଉ ଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି । ତେବେ ପୌରାଣିକ ନାଟକରେ ସୀତା ଭୂମିକାରେ ନିଖୁଣ ଅଭିନୟ କରି ସ୍ଥାନୀୟ ଅଞ୍ଚଳରେ ପରିଚିତ କଳାକାର ପାଲଟିଛନ୍ତି । ଅଞ୍ଚଳର ଏବେ ଯାନି ଜାତ ହେଉ କି ବାଦି ନାଟ ବେଳେ ରାମାୟଣ ନାଟକ ମଞ୍ଚସ୍ଥ ପାଇଁ ସ୍ଥିର ହେଲେ ସୀତା ଭୂମିକାରେ ଅଭିନୟ କରିବାକୁ ତାଙ୍କୁ ଖୋଜା ପଡୁଛି । ସେ ଜଣେ ମେଧାବୀ ଛାତ୍ର । ଗ୍ରାମ ନିକଟ ନୂଆପଡା ଯୁବରାଜ ପେଣ୍ଠ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିବା ବେଳେ ଆଦର୍ଶ ବିଦ୍ୟାଳୟରେ ପାଠପଢିବା ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ପିତାତଳି ବିଦ୍ୟାଳୟରେ ଯୋଗଦେଇ ଦୁଇ ବର୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ିଥିଲେ । ଆଦର୍ଶ ବିଦ୍ୟାଳୟରେ ପଢିବା ବେଳେ ନିକଟ ବେଲପନ୍ଥୀ ଗ୍ରାମର ଜଣେ ସାଙ୍ଗଙ୍କ ସହିତ ସେହି ଗ୍ରାମରେ ଅଭ୍ୟାସ (ରିହାରସଲ) ହେଉଥିବା ରାମାୟଣ ଦେଖିବାକୁ ଯାଇଥିଲେ । ତେବେ ତାଙ୍କର ସୁନ୍ଦର ଚେହେରା ସହିତ ଅଭିନୟ ନିଶା ଦେଖି ନାଟକର ପରିଚାଳନା କମିଟିର କିଛି ବ୍ୟକ୍ତି ତାଙ୍କୁ ଅଭିନୟ କରିବା ନେଇ ପ୍ରେରଣା ଦେଇଥିଲେ । ସେ ହିଦିନଠାରୁ ସେ ଆଉ ପଛକୁ ଫେରି ନଥିଲେ।

- Advertisement -

ବେଲପନ୍ଥୀ ଗ୍ରାମର ରାମାୟଣ ନାଟକର ଶିକ୍ଷା ଦେଉଥିବା ଗୁରୁ ବୁଲୁ ସାହୁଙ୍କ ଠାରୁ ଶିକ୍ଷା ପାଇ ପ୍ରଥମେ ନର୍ତ୍ତକୀ ଭବେ ଅଭିନୟ ଆରମ୍ଭ କରି ଦର୍ଶକଙ୍କ ମନ ମୋହି ଥିଲେ । ତାଙ୍କ ଅଭିନୟର ଯାଦୁ ଦେଖି ଅନ୍ୟ ନାରୀ ଚରିତ୍ରରେ ଅଭିନୟ କରିବା ସୁଯୋଗ ମିଳିଥିଲା। କମ୍ ବୟସରେ ଭଲ ଅଭିନୟ ପାଇଁ ତାଙ୍କୁ ରାମାୟଣ ନାଟକରେ ସୀତା ଭଳି ମୁଖ୍ୟ ଭୂମିକାରେ ଅଭିନୟ ପାଇଁ କମ୍ ଦିନ ମଧରେ ସୁଯୋଗ ମିଳିଥିଲା। ଏବେ ସେ ଜଣେ ପୋଖତ କଳାକାର ଭାବେ ପରିଚିତ ହେବା ସହ ଅଞ୍ଚଳର ମଇସାନ ପୁର ଖାରିଆଗୁଡା ପ୍ରଭୁତି ଗ୍ରାମର ନାଟକର ସ୍ଥାୟୀ କଳାକାର ପାଲଟିଛନ୍ତି । ବିଭିନ୍ନ ଗ୍ରାମରେ ପରିବେଷଣ ହେଉଥିବା ନାଟକରେ ଯୋଗ ଦେଇ ଭଲ ଦି’ ପଇସା ରୋଜଗାର କରୁଛନ୍ତି । ତେବେ ଅଭିନୟ ସହିତ ପାଠପଢା ପ୍ରତି ଧ୍ୟାନ ଦେଉଛନ୍ତି । ନୂଆପଡା ସ୍କୁଲରେ ପଢିବା ସହିତ ଏକ  କୋଚିଂ ସେଣ୍ଟରରେ କୋଚିଂ ନେଉଛନ୍ତି। ସ୍କୁଲରେ ବିଭିନ୍ନ ବିଷୟରେ ୮୦% ମାର୍କ ରଖୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ବେଳେ ସପ୍ତମ ପରୀକ୍ଷାରେ ପ୍ରଥମ ହୋଇ ସ୍କୁଲ ତରଫରୁ ପୁରସ୍କୃତ ହୋଇଥିଲେ। ବାପାଙ୍କ ଭଲ ଆର୍ଥିକ ସ୍ଥିତି ନଥିବାରୁ ଆଦର୍ଶ ବିଦ୍ୟାଳୟକୁ ନିୟମିତ ଅଟୋରେ ଯାତାୟାତ କରିବା ଅସୁବିଧା ବେଳେ, ଦିନେ ଭୁଲରେ ପଇସା ନଧରି ସ୍କୁଲକୁ ଯିବା ସମୟରେ ଅଟୋ ଚାଳକ ଘରକୁ ଫେରାଇ ଦେଇଥିଲେ । ଯାହାକି ତାଙ୍କୁ ଅଧିକ କଷ୍ଟ ଦେଇଥିଲା । ଏପରି ସ୍ଥିତିରେ ଦୁଇ ବର୍ଷ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପରେ ସେହି ସ୍କୁଲ ଛାଡି ଥିଲେ। ଏବେ ତାଙ୍କ ବାପା ଏବଂ ବଡ ଭଉଣୀ ଆନ୍ଧ୍ରପ୍ରଦେଶକୁ କାମ କରୁଥିବା ଚାଲି ଯାଇଛନ୍ତି। ବଡ ଭାଇ ମଧ୍ୟ ଭୁବନେଶ୍ୱର ଯାଇ କାମ କରୁଥିବା ସେ ପ୍ରକାଶ କରିଛନ୍ତି । ସାନ ଭଉଣୀ ଦଶମ ପାସ ପରେ ଘରେ ଅଛନ୍ତି। ତେବେ ଜଣେ ଗରିବ ମେଧାବୀ ଛାତ୍ର ହୋଇ ଅର୍ଥ ଅଭାବରୁ ଆଦର୍ଶ ବିଦ୍ୟାଳୟରୁ ପାଠପଢା ବନ୍ଦକରି ଅନ୍ୟତ୍ର ପାଠପଢା ଜାରି ରଖିଥିବା ବେଳେ ସୁବିଧା ସୁଯୋଗ ମିଳିଲେ ଭବିଷ୍ୟତରେ ଭଲ ପାଠ ପଢିବା ସହିତ ଏକ ଭଲ କଳାକାର ହେବା ତାଙ୍କ ପ୍ରତିଭା ସୂଚୀତ କରୁଛି। ଏବେ ସେ ଦଶମ ପରୀକ୍ଷା ଦେଉଛନ୍ତି। ପୂର୍ବ ଶ୍ରେଣୀ ପରୀକ୍ଷାରେ  ୮୦% ନମ୍ବର ରଖିଥିଲେ। ଏବେ କେ. ଚନ୍ଦନ ଗ୍ରାମରେ ଚନ୍ଦନ ହୋଇ ମହାକିବା ଆଶା କରାଯାଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories