www.samajalive.in
Saturday, December 6, 2025
19.1 C
Bhubaneswar

୬୨ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ ଅଙ୍ଗଦ

ଫୁଲବାଣୀ, ୨୯ା୪ (ନି.ପ୍ର): ଜ୍ଞାନ ଆହରଣ ପାଇଁ ବୟସର ତାରତମ୍ୟ ବୋଲି କିଛି ନାହିଁ। ପିଲାବେଳର ପାଠ ପଢିବାର ଇଛାକୁ ସାକାର ରୂପ ଦେବାକୁ ସମୟସୁଯୋଗକୁ କେତେକ ଅପେକ୍ଷା କରିଥାନ୍ତି। ଆଉ ସେହି ସୁଯୋଗ ଉପନୀତ ହେବା ମାତ୍ରେ ତାହାକୁ କାର୍ଯ୍ୟକ୍ଷେତ୍ରରେ ପରିଣତ କରିଥାନ୍ତି। ଏହାର ଢେର ନଜିର ରହିଛି। ପାଠ ପଢିବାକୁ ପ୍ରବଳ ଆଗ୍ରହ ଜନ୍ମାଇ ବିଭିନ୍ନ କାରଣରୁ ବଞ୍ଚିତ ରହିଥିବା ୬୨ ବର୍ଷ ବୟସ୍କ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପିଲାଙ୍କ ମେଳରେ ଦେଇଛନ୍ତି। ବିଧାୟକ ଶ୍ରୀ କହଁର ପୂର୍ବରୁ ଦଶମ ଶ୍ରେଣୀରେ ପଢୁଥିବାବେଳେ ପାରିବାରିକ ସମସ୍ୟା କାରଣରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । କାଳକ୍ରମେ ବୟସ ବଢ଼ିବା ସହ ସେ ରାଜନୀତିରେ ବ୍ୟସ୍ତ ରହିଥିଲେ। ଫଳରେ ସମୟ ବାହାର କରିନପାରି ପାଠପଢ଼ାରୁ ଦୂରେଇ ରହିଥିଲେ।
ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏସଓଏସସିଇ) ବିଭାଗ ଦ୍ବାରା ବୟସ୍କମାନେ ପରୀକ୍ଷା ଦେଉଥିବା ଗଣମାଧ୍ୟମରୁ ଖବର ପାଇବା ପରେ ତାଙ୍କର ଜଣେ ଘନିଷ୍ଠ ବାଲ୍ୟବନ୍ଧୁ ତଥା ବର୍ତ୍ତମାନର ସରପଞ୍ଚ ସୁଦର୍ଶନ କହଁରଙ୍କ ସହ ଆଲୋଚନା କରିବା ପରେ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ ଓ ପ୍ରବେଶପତ୍ର ପାଇଥିଲେ। ଆଜି ଦୁହେଁ ଏକାଠି ମାଟ୍ରିକ ପରୀକ୍ଷା ଦେଇଛନ୍ତି। କେବଳ ସେତିକି ନୁହେଁ ବିଧାୟକଙ୍କ ଗାଡି ଚାଳକ ମଧ୍ୟ ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି। ବୟସର ଦ୍ବାହି ଦେଇ ପାଠପଢ଼ାରୁ ଦୂରେଇ ରହୁଥିବା ଲୋକଙ୍କୁ ଏହା ବେଶ ପ୍ରେରଣାଦାୟୀ ହୋଇଛି। ବିଧାୟକ ଅଙ୍ଗଦ କହଁର ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି l ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲରେ ପାଠ ପଢୁଥିଲେ l ଆଜି ସକାଳୁ ସକାଳୁ ବିଧାୟକ କହଁର ରୁଜାଙ୍ଗି ପରୀକ୍ଷା କେନ୍ଦ୍ରରେ ପହଞ୍ଚିିଥିଲେ l ଦାୟିତ୍ବରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟମ ପ୍ରକାରେ ତନଖି କରିବା ପରେ ଭିତରକୁ ଛାଡିଥିଲେ।
ଚଳିତ ବର୍ଷ ଜିଲାରେ ମୋଟ ୧୧୬୯୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ସେଥିମଧ୍ୟରୁ ୧୧,୦୬୬ ଜଣ ନିୟମିତ ପରୀକ୍ଷାର୍ଥୀ। ତନ୍ମଧରୁ ୯୩ ଜଣ ଏକ୍ସରେଗୁଲାର ଏବଂ ଅନ୍ୟାନ୍ୟ ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷାର୍ଥୀ କୋଭିଡ୍ ମାର୍ଗଦ ଦର୍ଶିକା ଅନୁସାରେ ପରୀକ୍ଷା ଦେଉଛନ୍ତି । ଜିଲାରେ ମୋଟ ୭୫ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ ଜିଲା ସୋରଡା ନିର୍ବାଚନମଣ୍ଡଳୀ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାରେ ରହିଥିଲେ।
୬୨ ବର୍ଷରେ ମାଟ୍ରିକ…

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories