www.samajalive.in
Monday, December 8, 2025
24.1 C
Bhubaneswar

ମଣିଷକୁ ପଶୁ ଇଞ୍ଜେକ୍‍ସନ, ଏନ୍‌ଏଚ୍‌ଆର୍‌ସିଙ୍କ ଜବାବ ତଲବ

ନୂଆଦିଲ୍ଲୀ,୨୯।୪(ନି.ପ୍ର): ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ଡାକ୍ତର ଭାବେ ନିଜକୁ ପରିଚୟ ଦେଇ ଜଣେ କ୍ୱାକ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କୁ ପଶୁଙ୍କ ନିମନ୍ତେ ଉଦ୍ଧିଷ୍ଟ ଇଞ୍ଜେକ୍‍ସନ ଦେବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ଓଡ଼ିଶା ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି। ଏନଏଚଆରସିଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମୟୁରଭଞ୍ଜ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ଚାରିସପ୍ତାହ ମଧ୍ୟରେ ଆୟୋଗଙ୍କୁ ସବିଶେଷ ତଥ୍ୟ ଜଣାଇବେ। ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବି ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ କେନ୍ଦୁଝର ଜିଲା କଣ୍ଟପାଳ ଗ୍ରାମର ଜଣେ ୬୨ ବର୍ଷୀୟ କ୍ୱାକ ନିଜକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଭାବେ ପରିଚୟ ଦେଇ ସ୍ଥାନୀୟ ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହନ୍ତ ଏବଂ ଦୈତାରୀ ମହନ୍ତଙ୍କୁ ପିଠି ଯନ୍ତ୍ରଣା ଉପସମ ଲାଗି ଚଳିତ ଅପ୍ରେଲ ୧୬ରେ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବା ସମୟରେ କ୍ୱାକ ଜଣକ ଭୂବନେଶ୍ୱରରୁ ଇଞ୍ଜେକସନ ମଗାଇଥିବା ବିଷୟ ଉଲ୍ଲେଖ କରିଥିଲେ। ବାସ୍ତବରେ ଉଭୟ ଇଞ୍ଜେକସନ ପଶୁଙ୍କ ରୋଗ ଚିକିତ୍ସା ଲାଗି ଉଦ୍ଧିଷ୍ଟ ଥିଲା। ଏହି ବିଷୟରେ ଜଣାପଡ଼ିବା ପରେ ଗ୍ରାମବାସୀ ମାନେ କ୍ୱାକ ଜଣଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ଅଭିଯୁକ୍ତ ଜଣଙ୍କ ଠାରୁ ଅଣ୍ଡରଟେକିଂ ଲେଖି ପୁଲିସ ଛାଡ଼ି ଦେଇଥିଲା। ପଶୁଙ୍କ ପାଇଁ ଉଦ୍ଧିଷ୍ଟ ଇଞ୍ଜେକସନକୁ ମଣିଷଙ୍କୁ ଦିଆଯିବା ଘଟଣା ମାନବାଧିକାରର ସିଧାସଳଖ ଉଲ୍ଲଙ୍ଘନ ଏବଂ ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ବିଫଳତାର ନମୁନା ବୋଲି ଆୟୋଗରେ ଆଇନଜୀବି ତ୍ରପାଠୀ ଦର୍ଶାଇଥିଲେ। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories