www.samajalive.in
Sunday, December 14, 2025
14.1 C
Bhubaneswar

ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପ୍‌, ସେମିରେ ସିନ୍ଧୁ

ମାନିଲା (ଫିଲିପାଇନ୍‌ସ): ଦୁଇଥର ଅଲିମ୍ପିକ୍‌ସ ପଦକ ବିଜେତା ପି.ଭି ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ସିନ୍ଧୁ ଉକ୍ତ ପ୍ରତିଯୋଗିତାରେ ଏକ ପଦକ ପକ୍କା କରିଛନ୍ତି। ୨୦୧୪ ପରେ ସିନ୍ଧୁ ଉକ୍ତ ପ୍ରତିଯୋଗିତାରେ ନିଜର ଚମକ ଦେଖାଇ ଚମ୍ପିଆନ ଅଭିମୁଖେ ଅଗ୍ରସର ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ମହିଳା ଏକକ କ୍ବାର୍ଟର ଫାଇନାଲରେ ୪ର୍ଥ ସିଡ୍‌ ସିନ୍ଧୁ ୩ୟ ସିଡ୍‌ ଚୀନ୍‌ର ହି ବିଙ୍ଗ ଜିଆଓଙ୍କୁ ୨୧-୯, ୧୩-୨୧ ଓ ୨୧-୧୯ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

ସିନ୍ଧୁ ପ୍ରଥମ ସେଟ୍‌କୁ ୨୧-୯ ଅତି ସହଜରେ ଜିତି ନେଇଥିବାବେଳେ ଦ୍ବିତୀୟ ସେଟ୍‌କୁ ଜିଆଓ ପ୍ରତ୍ୟାବର୍ତ୍ତନ କରିଥିଲେ। ଦ୍ବିତୀୟ ସେଟ୍‌କୁ ଜିଆଓ ୧୩-୨୧ରେ ଜିତି ନେଇଥିଲେ। ଅନ୍ତିମ ସେଟ୍‌ର ପ୍ରଥମ ବିରତି ସୁଦ୍ଧା ଜିଆଓ ୧୧-୧୦ରେ ଆଗୁଆ ରହିଥିଲେ । ପରେ ସିନ୍ଧୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଜିଆଓ କଡା ଟକ୍କର ଦେଇଥିଲେ। ଏକ ସମୟରେ ଜିଆଓ ୧୮-୧୬ରେ ଆଗୁଆ ରହିଥିଲେ। ଶେଷ ୫ ସେଟ୍‌ରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ୨୧-୧୯ରେ ଜିତିବ​‌ାରେ ସଫଳ ହୋଇଥିଲେ। ସିନ୍ଧୁ ଓ ବିଙ୍ଗ ଜିଆଓଙ୍କ ମଧ୍ୟରେ ୧୭ତମ ମୁକାବିଲା ଥିଲା। ଏଥିରେ ସିନ୍ଧୁ ୮ଥର ଓ ବିଙ୍ଗ ଜିଆଓ ୯ଥର ବିଜେତା ହୋଇଛନ୍ତି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories