www.samajalive.in
Friday, December 5, 2025
17.1 C
Bhubaneswar

ବେଦୀକୁ ଯିବା ପୂର୍ବରୁ କନ୍ୟାକୁ ହତ୍ୟା

ମଥୁରା : ମଥୁରାର ନୌହଝୀଲ ଥାନା ଅନ୍ତର୍ଗତ ମୁବାରକପୁର ଗାଁରେ କନ୍ୟାର ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଗୁରୁବାର ରାତିରେ ମୁବାରକପୁରରେ ବିବାହ ସମାରୋହରେ କନ୍ୟାର ହତ୍ୟା ହୋଇଛି। ଏକ ତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ଅଭିଯୁକ୍ତ ଯୁବକ କନ୍ୟାକୁ ଗୁଳିକରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତର ତଲାସି ଆରମ୍ଭ କରିଛି।
ସୂଚନାନୁଯାୟୀ, ଉକ୍ତ ଯୁବତୀଙ୍କର ନୋଏଡାରେ ଜଣେ ଯୁବକ ସହ ବିବାହ ସ୍ଥିର ହୋଇଥିଲା। ଗୁରୁବାର ବରଯାତ୍ରୀ ଆସିବା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। କନ୍ୟା ବେଶରେ ସଜ୍ଜ୍ୱିତ ଯୁବତୀ ସାତଫେରା ନେବା ପୂର୍ବରୁ କକ୍ଷରେ ବସିଥିଲେ। ସେହି ସମୟରେ ଏକ ଯୁବକ କକ୍ଷ ଭିତରକୁ ଯାଇ ଗୁଳିମାରି ହତ୍ୟା କରିଥିଲା।
ଯୁବତୀଙ୍କ ଆଖି ନିକଟରେ ଗୁଳି ବାଜିବା ସହ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ନବବଧୂ ବେଶରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ଯୁବକ ଜଣକ ସେହି ଗାଁର ବାସିନ୍ଦା ବୋଲି କୁହାଯାଉଛି। କନ୍ୟାକୁ ହତ୍ୟା ପୂର୍ବରୁ ଅଭିଯୁକ୍ତ ନିଜ ସାଥିମାନଙ୍କ ସହ ବରଯାତ୍ରୀଙ୍କୁ ଧମକାଇଥିଲା ବୋଲି ଜଣାପଡିଛି। ଖୁବ ଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories