www.samajalive.in
Saturday, December 6, 2025
14.1 C
Bhubaneswar

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପରିଦର୍ଶନ କଲେ ପୂର୍ତବିଭାଗ ମନ୍ତ୍ରୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣାଧିନ ଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି ରାଜ୍ୟ ଖଣି ଇସ୍ପାତ ଓ ପୂର୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଜିଲ୍ଲାର ଦ୍ୱିତୀୟ ବୃହତମ ସେତୁକାର୍ଯ୍ୟ ପରିଦର୍ଶନ କରି ଉତ୍ତର ଓଡ଼ିଶା ସହିତ ଦକ୍ଷିଣ ଏବଂ ପଶ୍ଚିମକୁ ଯୋଗାଯୋଗ କରୁଥିବା ସେତୁ ଅନେକ ଗୁରୁତ୍ୱ ବହନ କରୁଥିବା କହିଥିଲେ। ଫଳରେ ଅନୁଗୁଳ ସହିତ ସିଧାସଳଖ ବୌଦ୍ଧ, କନ୍ଧମାଳ, ସୋନପୁର ଏବଂ ନୟାଗଡ ଜିଲ୍ଲାକୁ ସଂଯୋଗ ପାଇଁ ଏହି ସେତୁ ବେଶ୍ ଲାଭଦାୟକ ହେବ ବୋଲି ମନ୍ତ୍ରୀ କହିଥିଲେ। ମାତ୍ର ସେତୁ କାର୍ଯ୍ୟ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଏହାର ନିର୍ମାଣକାର୍ଯ୍ୟ ଆସନ୍ତା ମେ’ ମାସ ଶେଷ ସୁଦ୍ଧା ସାରିବା ପାଇଁ ଠିକାସଂସ୍ଥା ବିଭାଗୀୟ ମୁଖ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍, ଆଠମଲ୍ଲିକ ବିଧାୟକ ରମେଶ ସାଏ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପୂର୍ତବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ କୁମାର ତ୍ରୀପାଠି, ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସ୍‍, ସହକାରୀ ଯନ୍ତ୍ରୀ ଇଂ ନିରଞ୍ଜନ ଧଳ, ଠିକାସଂସ୍ଥାର କୋଡିନେସନ ମ୍ୟାନେଜର ବଳଦେବ ଭାଇ ସର୍ବାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉ କି, ୮୭ପିଲର ବିଶିଷ୍ଟ ଏହି ସେତୁର ଲମ୍ବ ୩ କିଲୋମିଟର ୪୨୦ମିଟର ରହିଛି। ଗତ ୨୦୧୯ରୁ ମହାନଦୀର ଖରଶଙ୍କୁଲେଇଠାରେ ୧୬୮ କୋଟି ୯୧ଲକ୍ଷଟଙ୍କା ବ୍ୟୟରେ ନାବାର୍ଡ ସହାୟତାରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ମାତ୍ର ଏହାର ନିର୍ମାଣ କାର୍ଯ୍ୟରେ ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ବିଳମ୍ବ ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଏହାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories