www.samajalive.in
Saturday, December 13, 2025
23.1 C
Bhubaneswar

ବଲାଙ୍ଗିର ଜିଲା ଓକିଲ ସଂଘର ଅଧିବକ୍ତା ଦିବସ

ବଲାଙ୍ଗିର: ବଲାଙ୍ଗିର ଜିଲା ଓକିଲ ସଂଘ ପକ୍ଷରୁ ଗୁରୁବାର ସ୍ଥାନୀୟ ସିଭିଲ କୋର୍ଟ ବାର୍‍ ହଲରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ଅଧିବକ୍ତା ଦିବସ ଭାବେ ପାଳନ କରାଯାଇଛି। ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଯୋଗଦେଇ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଓକିଲ ଓ ମହକିଲର ସଂପର୍କ ଉପରେ ବକ୍ତବ୍ୟ ଉପସ୍ଥାପନ କରି ସୁପ୍ରିମକୋର୍ଟର ଗାଇଡଲାଇନ୍‍ ମୁତାବକ ଜଣେ ଓକିଲକୁ ଜଣେ ମହକିଲର ମୋକଦ୍ଦମା ଲଢ଼ିବାରେ କେହି ମନା କରିପାରିବେ ନାହିଁ ବୋଲି କହିଥିଲେ। ନିଜ ମହକିଲର ପକ୍ଷକୁ ଯୁକ୍ତିଯୁକ୍ତ ଭାବରେ ଉପସ୍ଥାପନ କରିବା ଜଣେ ଓକିଲର ଦାୟିତ୍ୱ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ଅବସରରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସ ପରବର୍ତ୍ତୀ ପିଢ଼ି ପାଇଁ ଯେଉଁ ଆଦର୍ଶ ଛାଡି ଯାଇଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ହେବା ଉଚିତ ବୋଲି ବକ୍ତାମାନେ କହିଥିଲେ। ଜିଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ଜୟକୃଷ୍ଣ ସାହୁ ଯୋଗଦେଇ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ମହନୀୟ ଯୋଗଦାନ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଓକିଲ ସଂଘର ସଂପାଦକ ଅଧିକାରୀ ଦନ୍ତା, ଭବାନୀ ଶଙ୍କର ଶତପଥୀ, ଅନନ୍ତ ଥନାପତି, ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ସଂଘର ଉପସଭାପତି ସରୋଜ ଗୁପ୍ତା ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ଜିଲା ଓକିଲ ସଂଘର ସଭ୍ୟମାନେ ଯୋଗ ଦେଇଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories