www.samajalive.in
Friday, December 12, 2025
27.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ଏବିଭିପିର ଶୁଭେଚ୍ଛା

ସମ୍ବଲପୁର: ରାଜ୍ୟରେ ଗୁରୁବାରଠାରୁ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଭାଗର ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି। ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମ୍ବଲପୁର ଶାଖା ତରଫରୁ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପରୀକ୍ଷା ଦେବା ପାଇଁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଦୀପ ପ୍ରଜ୍ୱଳନ କରାଯାଇ ଫୁଲ ଓ ଚନ୍ଦନ ଦେଇ ଶୁଭେଚ୍ଛା ଜଣାଇ ପରୀକ୍ଷାରେ ସଫଳତା ପାଇଁ ଶୁଭକାମନା ଦିଆଯାଇଥିଲା। ପ୍ରତି ବର୍ଷ ଏବିଭିପି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପରିଷଦର ରାଜ୍ୟ ସହ ସମ୍ପାଦକ ସ୍ୱରାଜ ମିଶ୍ର, ସମ୍ବଲପୁର ଜିଲା ସଂଯୋଜକ ଅଭିଳାଷ ମେହେର, ନଗର ସମ୍ପାଦକ ଯଶ ବର୍ଦ୍ଧନ ତିୱାରୀ, ଓମ ପ୍ରକାଶ ନାଥ, ଶୁଭ୍ରାଂଶୁ ଶେଖର ନାୟକ, ସ୍ୱାଧିନ ଆଚାର୍ଯ୍ୟ, ସିମ୍ରତନ ସର, ମେଘା ଦେବନାଥ, କୀର୍ତ୍ତିମୟୀ ସାହୁ, ପୁଜା ମୁଣ୍ଡା ପ୍ରମୁଖ ସାମିଲ ରହି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ସଫଳତା ପାଇଁ ଉତ୍ସାହିତ କରିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories