www.samajalive.in
Thursday, December 11, 2025
14.1 C
Bhubaneswar

ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ ଉଦଯାପିତ

ବୌଦ୍ଧ: ବୌଦ୍ଧ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପଞ୍ଚଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଉଦଯାପିତ ହୋଇଯାଇଛି । ଗତ ତା ୨୩/୪/୨୧ ଠାରୁ ଆରମ୍ଭ ହୋଇଥିବା ୫ଟି ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କର ନେତୃତ୍ୱ ବିକାଶ ଓ ଡିଜିଟାଲ ଜ୍ଞାନ କୌଶଳ ଅଭିବୃଦ୍ଧି ତାଲିମ ବୁଧବାର ତା ୨୭/୪/୨୨ରେ ସମାପ୍ତ ହୋଇଛି । ଉକ୍ତ ତାଲିମର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀ,  ଡିଜିଟାଲ ଜ୍ଞାନ କୌଶଳ ହାସଲ କରିବା ସହିତ ଇ ଲାଇବ୍ରେରୀ, ବିଜ୍ଞାନଗାରର ବ୍ୟବହାର କରିବା ଉପରେ ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ଗୁରୁତ୍ୱଦେବାକୁ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଶିକ୍ଷଣ ଶିକ୍ଷାଦାନରେ ଡିଜିଟାଲ ଜ୍ଞାନକୌଶଳର ଆବଶ୍ୟକତା ରହିଛି ଉକ୍ତ କୌଶଳ ଶିକ୍ଷଣ ପାଇଁ ଶିକ୍ଷକ ଓ ଛାତ୍ର ମାନଙ୍କ ମାନସିକତା ଆବଶ୍ୟକ ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ବିବରଣୀ ପ୍ରଦାନ କରିଥିଲେ । ସାଧନକର୍ମୀ ଭାବରେ ଆମ୍ବଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା, ମନମୁଣ୍ଡା ହାଇସ୍କୁଲର ଶିକ୍ଷକ ସମ୍ବିତ ମିଶ୍ର, କଣ୍ଟାମଲ ଏମ ଆଇ ଏସ କୋଡ଼ିନେଟର ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଏବଂ ବୌଦ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଶଙ୍କର ମେହେର ପାଞ୍ଚ ଦିନ ଧରି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଥିବା ବେଳେ ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି ଓ ଶିକ୍ଷଣ ସଂଯୋଜକ ଶିବଶଙ୍କର ଶତପଥୀ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

- Advertisement -

ପିରାମିଲ ଫାଉଣ୍ଡେସନର ଜିଲ୍ଲା ପ୍ରତିନିଧି ଜୟଶଙ୍କର ବାଘ ଡିଜିଟାଲ ସ୍କିଲ ତାଲିମକୁ ସହାୟତା କରିଥିଲେ । ଶିକ୍ଷକ ସମ୍ବିତ ମିଶ୍ର ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ୫ଟି ହାଇସ୍କୁଲ ମାନଙ୍କର ୪୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଅଂଶଗ୍ରହଣ ପ୍ରତିଭାଗୀଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ଦିଆଯାଇଥିଲା ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories