www.samajalive.in
Sunday, December 14, 2025
23.1 C
Bhubaneswar

ଚିକିତ୍ସା ପାଇଁ ସିଦ୍ଧୁ ସାହାଙ୍କ ସହାୟତା

ସମ୍ବଲପୁର: ପୂର୍ବତନ ଉପ ନଗରପାଳ ତଥା ସମାଜସେବୀ ଯୁବ ନେତା ସିଦ୍ଧାର୍ଥ ସାହା (ସିଦ୍ଧୁ) ନିରନ୍ତର ମାନବୀୟ ସେବା କାର୍ଯ୍ୟ ଜାରି ରଖିଛନ୍ତି । ଏହି କ୍ରମରେ କ୍ଷେତରାଜପୁର ନିବାସୀ ତାପସ କୁମାର ଶର୍ମାଙ୍କ ଲିଭର ରୋଗର ଚିକିତ୍ସା ପାଇଁ ପାଇଁ ସହାୟତା କରିଛନ୍ତି ।  ଅର୍ଥାଭାବ କାରଣରୁ ଚିକିତ୍ସା କରାଇବାରେ ତାପସଙ୍କୁ ଅସୁବିଧା ହେଉଥିଲା । ଏହା ଜାଣିବା ପରେ ସିଦ୍ଧାର୍ଥ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।

ତାପସଙ୍କ ପତ୍ନୀ ଓ ଦୁଇ ଛୋଟ ଝିଅ ରହିଛନ୍ତି । ତାଙ୍କର ପତ୍ନୀ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଲିଭର ଦାନ ଦେଉଛନ୍ତି । ଏବେ ଏହି ବ୍ୟୟବହୁଳ ଚିକିତ୍ସା ମୁମ୍ବାଇ ସହରରେ ହେଉଥିବା ବେଳେ ବୁଧବାର ସ୍ଥାନୀୟ ନୟାପଡା ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଏହି ସହାୟତା ରାଶି ସିଦ୍ଧାର୍ଥ ପୀଡିତଙ୍କ ସର୍ମ୍ପକୀୟଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଥାସମ୍ଭବ ସହାୟତା ପ୍ରଦାନ କରିବେ ବୋଲି ମଧ୍ୟ ଯୁବନେତା ତାପସଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି ।

- Advertisement -

ସୂଚନାଯୋଗ୍ୟ ଯେ, ପୂର୍ବରୁ କର୍କଟ ରୋଗୀଙ୍କ ସମେତ ଅନ୍ୟାନ୍ୟ ରୋଗୀ ମାନଙ୍କର ଚିକିତ୍ସା ନିମନ୍ତେ ସିଦ୍ଧାର୍ଥ ସହାୟତା କରି ଆସୁଛନ୍ତି । ବିଭିନ୍ନ ସେବା କାର୍ଯ୍ୟ ଜାରି ରଖିଥିବା ସିଦ୍ଧୁ କରୋନା ସମୟରେ ୧୧ ଟଙ୍କାରେ ଆମ୍ବୁଲାନ୍ସ ସେବା, ମାଗଣାରେ ଅମ୍ଲଜାନ ଯୋଗାଣ, ଗରିବ ମାନଙ୍କୁ ଚିକିତ୍ସା ସେବା, ତାଲା ବନ୍ଦ ସମୟରେ ଖାଦ୍ୟ ବଣ୍ଟନ ଆଦି ମାନବୀୟ ସେବା ଜାରି ରଖିଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories