www.samajalive.in
Sunday, December 14, 2025
26.1 C
Bhubaneswar

ପାଣି ପାଇଁ ବ୍ୟାପୁଛି କିଡନୀରୋଗ; ଏବେ ବି ଗାଁରେ ପୀଡ଼ିତ ଅଛନ୍ତି ୧୮ ଜଣ

ନର୍ଲା: ଜଳ ନେଇଛି ଜୀବନ । ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ରୁପ୍ରା ପଞ୍ଚାୟତ ଶହଶହ ଲୋକେ । ବିଶୁଦ୍ଧ ପାଣି ଟିକିଏ ନମିଳିବା କାରଣରୁ କିଡିନୀ ରୋଗ ପରି ମାରାତ୍ମକ ରୋଗ ସହ ଲଢ଼ୁଛନ୍ତି ଗ୍ରାମବାସୀ । ଏ ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ । ଏଠାରେ ପାଣି ମୁନ୍ଦାଏ ପାଇଁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଅଞ୍ଚଳବାସୀ । ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହୋଇଛି । ହେଲେ ଏଯାଏ ଗାଁରେ ବିଶୁଦ୍ଧ ପାଣି ଟୋପାଏ ପହଞ୍ଚି ପାରିନାହିଁ । ଯାହାଫଳରେ କିଡନୀ ରୋଗ ଯୋଗୁ ୧୦ ବର୍ଷରେ ୧୨ଜଣଙ୍କ ମୃତ୍ୟୁ ହେଲାଣି ।

ବର୍ତ୍ତମାନ ମଧ୍ୟ କଲାରପଦର ଗାଁରେ ୧୮ ଜଣ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି ।  ଗାଁର ମଲ୍ଲୀ କୁମାର, ରାମ କୁମାର, ଲେପ ମାଝୀ, ଚଞ୍ଚଳା ମାଝୀ, ଗେଲ ଜାଲ୍, ବିଶ୍ବାମିତ୍ର ପାତ୍ର, କେଶରୀ ମାଝୀ, ଲିଙ୍ଗ ମାଝୀ, ପୁଷ୍ପାଞ୍ଜଳି ହେରନା, ଜଗନ୍ନାଥ କୁମାର, କବିତା କୁମାର, ମରୁଆଁ ବାଗ୍, ବିନୋଦିନୀ ଜାଲ୍, ଭକ୍ତବନ୍ଧୁ ମାଝୀ, ସୁଜାତା ମାଝୀ, କ୍ଷମାନିଧି ମାଝୀ, ସୈରନ୍ଦ୍ରୀ କୁମାର, ବିଳାସ କୁମାର ଆଦି କିଡନୀରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି କହିଛନ୍ତି । ୨୦୧୬ ମସିହାରୁ ଏହି ରୋଗ ଗାଁରେ ବ୍ୟାପୁଥିବା ବେଳେ ସରକାର ଏଥି ପ୍ରତି ନଜର ଦେଇନଥିବା ଚିନ୍ତାର କାରଣ ପାଲଟିଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଗାଁଗାଁରେ ପିଇବା ପାଣିର ବ୍ୟବସ୍ଥା କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଏହି ଅଞ୍ଚଳରେ ସମସ୍ତ ଯୋଜନାର ବାସ୍ତବ ରୂପ ବେଶ ବାରିହୋଇ ପଡ଼ୁଛି ।

- Advertisement -

ଗାଁରେ ୬୦ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି । ପିଇବା ପାଣି ଓ ଚିକିତ୍ସା ଭଳି ସମସ୍ୟା ଏମାନଙ୍କ ପାଇଁ ଏକ ଅଭିଶାପ ପାଲଟିଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ବାସ୍ତବରେ ଗାଁର ଏହି ଚିତ୍ର ବଦଳି ଯାଆନ୍ତା । ମୃତ୍ୟୁ ସହ ଲଢ଼େଇ କରୁଥିବା ୧୮ ଜଣ ଗ୍ରାମବାସୀ ବଞ୍ଚିଯାଆନ୍ତେ ।

 

 

 

 

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories