www.samajalive.in
Sunday, December 14, 2025
16.1 C
Bhubaneswar

ଭାରତୀୟ ମଜଦୁର ସଂଘର ଜିଲା ସମ୍ମିଳନୀ ଓ ନୂତନ କମିଟି ଘୋଷଣା

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘ (ବିଏମ୍‍ଏସ)ର ନବରଙ୍ଗପୁର ଜିଲାସମ୍ମିଳନୀ ଦାରୁବନ୍ଧସାହି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ ଅଧ୍ୟକ୍ଷତା କରି ସ୍ୱାଗତ ଜଣାଇବା ସହିତ ଭାରତର ସର୍ବବୃହତ, ଅଣରାଜନୈତିକ ଶ୍ରମିକ ସଂଗଠନ ଭାବେ ମଜଦୁର ସଂଘ କାର୍ଯ୍ୟକରୁଛି ବୋଲି କହିବା ସହ ଏହା ନିସ୍ୱାର୍ଥପର ଭାବେ ଶ୍ରମିକ ଓ ଦେଶର ହିତ ଲକ୍ଷ୍ୟନେଇ କାମ କରୁଥିବା କହିଥିଲେ । ମୁଖ୍ୟବକ୍ତା ଭାବେ ସଂଘର ନବରଙ୍ଗପୁର ଜିଲା ପ୍ରଭାରୀ ସୁଶାନ୍ତ କୁମାର ସ୍ୱାଇଁ ଯୋଗଦେଇ ମଜଦୁର ସଂଘର ଇତିହାସ ସଂପର୍କରେ ଅବଗତ କରାଇଥିଲେ । ଏହି ଶ୍ରମିକ ସଂଗଠନ ଏକ ମାତ୍ର ଦେଶର ବିକାଶ ପାଇଁ ଶ୍ରମିକହିତ , ଉଦ୍ୟୋଗହିତ ଓ ରାଷ୍ଟ୍ରୀୟହିତ ନେଇ କାମ କରୁଛି । ତେଣୁ ଏଭଳି ମହାନ ଚିନ୍ତାଧାରା ନେଇ କାର୍ଯ୍ୟ କରୁଥିବା ସଙ୍ଗଠନ ରେ ଯୋଗଦେଇ ସମସ୍ତେ ଗର୍ବ ଅନୁଭବ କରିବା ବୋଲି କହିଥିଲେ । ରାଜ୍ୟ ଅଙ୍ଗନବାଡୀ ସଂଘର କାର୍ଯ୍ୟ କାରିଣୀ ସଦସ୍ୟା ସବିତା ନାୟକ, ଜିଲା ଅଙ୍ଗନବାଡୀ ସଂଘର ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ ପ୍ରମୂଖ ସଂଘର କାର୍ଯ୍ୟକାରିତା ସଂପର୍କରେ କହିଥିଲେ ।

ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ ବାର୍ଷିକ ବିବରଣୀ ପାଠ କରିବା ସହିତ ବର୍ଷ ସାରା ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଜିଲାରେ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଅଙ୍ଗନବାଡୀ କର୍ମଚାରୀ ସଂଘ, ଆଶାକର୍ମୀ ସଂଘ, ଆଶାସାଥୀ ସଂଘ, ସ୍ୱାବଲମ୍ବୀ କାରିଗର ସଂଘ, ରୋଜଗାର ସେବକ ସଂଘ, ଜିଲା ସିକ୍ୟୁରିଟି ସଂଘ, ମଙ୍ଗଳମ୍ବଟିମ୍ବର କର୍ମଚାରୀ ସଂଘ, ପାଚିକା ସଂଘ. କେଠାବାଡୀନିର୍ମାଣ ସଂଘ, କୃଷି ଓ ଗ୍ରାମୀଣ ମଜଦୂର ସଂଘ ପ୍ରଭୃତି ରହିଛି ବୋଲି କହିଥିଲେ । ଭାରତୀୟ ସଂସ୍କୃତି ଓ ବିଚାରଧାରାକୁ ଆଧାର କରି ସଂଘ କାର୍ଯ୍ୟ କରୁଥିବା କହିଥିଲେ । ଜିଲା ଉପସଭାପତି ରଙ୍ଗନିଧି ଜେନା, କୋଷାଧ୍ୟକ୍ଷା ମମତା ବ୍ରହ୍ମା ମଞ୍ଚାସୀନ ଥିଲେ । ପରେ ପୁରାତନ କମିଟିକୁ ଭଙ୍ଗ କରାଯାଇଥିଲା ।

- Advertisement -

ନିର୍ବାଚନ ଅଧିକାରୀ ଜିଲା ପ୍ରଭାରୀ ସୁଶାନ୍ତ କୁମାର ସ୍ୱାଇଁ ସର୍ବସମ୍ମତିକ୍ରମେ ନୂତନ ଜିଲା କମିଟି ଘୋଷଣା କରିଥିଲେଜା ଜିଲା ସଭାପତି ଭାବେ ବାଙ୍କ ବିହାରୀ ବିଷୋୟୀ, ଉପସଭାପତି ରଙ୍ଗନିଧି ଜେନା ଓ ବିନୋଦ ବେହେରା, ସମ୍ପାଦକ ରିତେଶ ପୂଜାରୀ, ସହସମ୍ପାଦକ ଅକ୍ଷୟ ଅରୁଣ ବିଷୋୟୀ ଓ ନୀଳକଣ୍ଠ ପାଢୀ,କୋଷାଧ୍ୟକ୍ଷ ମମତାବ୍ରହ୍ମା, ଉପଦେଷ୍ଠା ଭାବେ ପରମେଶ୍ୱର ବିଷୋୟୀ ଓ ସବିତା ନାୟକ ରହିଥିବାବେଳେ ୧୪ଜଣ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି । ଏକ କମିଟି ଏକ ବର୍ଷଧରି କାର୍ଯ୍ୟ କରିବ । ଅନ୍ୟମାନଙ୍କର ମଧ୍ୟରେ ଜିଲା ଅଙ୍ଗନବାଡୀ କର୍ମଚାରୀ ସଂଘର ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ, ଜିଲା କୋଠାବାଡୀ ନିର୍ମାଣ ସଂଘର ସମ୍ପାଦକ ରାମ ବିଷୋୟୀ ଓ ଅକ୍ଷୟ ଅରୁଣ ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories