www.samajalive.in
Sunday, December 14, 2025
26.1 C
Bhubaneswar

ସାଙ୍ଘାଇରେ ତାଲାବନ୍ଦ, ଲୋକେ ପଶୁ ଭଳି ବନ୍ଦୀ

ସାଙ୍ଘାଇ: ଚୀନର ସାଙ୍ଘାଇ ସହରରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ତାଲାବନ୍ଦକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଯେପରି ଘର ନ ବାହାରି ପାରିବେ ସେଥିଲାଗି ପ୍ରଶାସନ ସହରର ପ୍ରତି ଗଳିକନ୍ଦିରେ ଲୁହା ବାଡ ପକାଇଛି। ପ୍ରତି ଆପାର୍ଟମେଣ୍ଟ ପ୍ରବେଶ ପଥରେ ୨ମିଟର ଉଚ୍ଚର ବାଡ ପକାଯାଇଛି। ସେହିପରି ପ୍ରତି ଗଳି ଓ କନ୍ଦିର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ୨ମିଟର ଉଚ୍ଚର ଲୁହାବାଡ ପକାଯାଇଛି। ପ୍ରଶାସନର ଏପରି କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ଏହା ବିରୋଧରେ ଲୋକେ ପ୍ରତିବାଦ କରିଛନ୍ତି। ୱିବୋ ସୋସିଆଲ ମିଡିଆର ଜଣେ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଲୁହାବାଡ ମଧ୍ୟରେ ଆବଦ୍ଧ କରାଯାଇ ପଶୁ ଭଳି ରଖାଯାଇଛି। ୨.୫କୋଟି ଜନସଂଖ୍ୟା ବିଶିଷ୍ଟ ସହରରେ ମାସାଧିକ କାଳ ତାଲାବନ୍ଦ କଟକଣା ଲାଗୁ କରାଯାଇଛି। ଲୋକେ ଖାଦ୍ୟ ଓ ଅତ୍ୟାବଶ୍ୟକ ଜିନିଷ ପାଇପାରୁ ନାହାନ୍ତି। ଏହାକୁ ନେଇ ପୂର୍ବରୁ ମଧ୍ୟ ସହରବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories