www.samajalive.in
Saturday, December 13, 2025
26.1 C
Bhubaneswar

ତୁରନ୍ତ ସେବା ଯୋଗାଇବା ପାଇଁ ବୌଦ୍ଧ ପୁଲିସ ପକ୍ଷରୁ ୧୧୨ ସେବା ଆରମ୍ଭ

ବୌଦ୍ଧ: ରାଜ୍ୟ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇ ୧୧୨ ସେବା ଆରମ୍ଭ କରାଯାଇଛି। ବୌଦ୍ଧ ପୋଲିସ ପକ୍ଷରୁ ଏହି ସେବା ଯୋଗାଇବାକୁ ଦୁଇଗୋଟି ଗାଡିକୁ ପତାକା ଦେଖାଇ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଶୁଭାରମ୍ଭ କରିଛନ୍ତି। ଲୋକମାନେ ୧୧୨ ନମ୍ବରକୁ ଡାଏଲ କଲେ ଉକ୍ତ ସେବା ଯୋଜନା ଅନୁଯାୟି ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତି ସୁଚନା ଦେଇଥିଲେ। ବୌଦ୍ଧ ଆଦର୍ଶଥାନା ଓ ମନମୁଣ୍ଡା ଥାନା ଅଞ୍ଚଳରେ ଏହି ସେବା ଯୋଗାଇଦିଆଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଡିଏସପି ଧିରେନ୍ଦ୍ର ସ୍ୱାଇଁ , ଦେବାଶିଷ ଧଳ ,ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ , ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ, ରିଜର୍ଭ ଇନିସପେକଟର ମଧୁସୁଦନ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories