www.samajalive.in
Sunday, December 14, 2025
23.1 C
Bhubaneswar

ଏମିତି ଏକ ମନ୍ଦିର.. ବିପଦ ଆସିଲେ ସଙ୍କେତ ଦିଏ ! ବଦଳିଯାଏ ପୋଖରୀ ପାଣିର ରଙ୍ଗ

ଜମ୍ମୁକାଶ୍ମୀର: ବିଶ୍ୱାସ.. ଅବିଶ୍ୱାସ.. ଅନ୍ଧବିଶ୍ୱାସ.. ମଣିଷର ଏହି ୩ ଭାବନାକୁ ନେଇ ତାର ସମ୍ପୂର୍ଣ୍ଣ ଜୀବନ କହିଲେ ବୋଧହୁଏ ଭୁଲ ହେବନାହିଁ । କାରଣ ଆମେ କହିବାକୁ ଯାଉଛୁ ଏମିତି ଏକ ମନ୍ଦିରର କଥା ଯିଏ ବିପଦ ଆସିଲେ ଲୋକଙ୍କୁ ସଙ୍କେତ ଦେଇଥାଏ । ମନ୍ଦିର ନିକଟରେ ଥିବା ପୋଖରୀ ପାଣିର ରଙ୍ଗ ବଦଳିଯାଇଥାଏ ।

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ଭଗବାନଙ୍କ ଆଶୀର୍ବାଦ ସହ ତାଙ୍କ ଚମତ୍କରିତା ଦେଖିବାକୁ ମିଳିଥାଏ । ଏମିତି ଏକ ମନ୍ଦିର ହେଉଛି କ୍ଷୀର ଭବନୀଙ୍କ ପୀଠ।  ଜମ୍ମୁକାଶ୍ମୀରର ଗାନ୍ଦରବଲ ଜିଲ୍ଲା ତୁଲମୂଲା ଗାଁରେ ରହିଛି ଏହି ଦେବୀ ମା’ଙ୍କ ପୀଠ । ପ୍ରାକୃତିକ ସୌଦର୍ଯ୍ୟ ଚମତ୍କାରିତା ଏବଂ ଧାର୍ମିକ ବିଶ୍ୱାସ ପାଇଁ ଏହାରେ ଭକ୍ତମାନେ ଏହି ମନ୍ଦିରକୁ ଆଗମନ କରିଥାନ୍ତି ।

- Advertisement -

ମନ୍ଦିରଟି ଏକ ପୋଖରୀ ଭିତରେ ରହିଛି । କୁହାଯାଏ ଯେତେବେଳେ କାଶ୍ମୀରରେ କୌଣସି ବିପଦ ଆସିବାକୁ ଥାଏ ମାତା କ୍ଷୀର ଭବାନୀ ଏହାର ସଙ୍କେତ ଦେଇଥାନ୍ତି । ଧୀରେ ଧୀରେ ମନ୍ଦିରରେ ଥିବା ପୁଷ୍କରିଣୀ ପାଣିର ରଙ୍ଗ ବଦଳିବା ଆରମ୍ଭ କରେ । ପାରମ୍ପରିକ ରୀତିରେ ବସନ୍ତ ଋତୁରେ ଏହି ଦେବୀଙ୍କ ଉପରେ କ୍ଷୀର ଲାଗି କରାଯାଇଥାଏ। ତେଣୁ ଦେବୀଙ୍କୁ  କ୍ଷୀର ଭବାନୀ ବୋଲି କୁହାଯାଏ ।

ମା’ କ୍ଷୀର୍ ଭବନୀଙ୍କ ଆଉ ଏକ ନାଁ ମଧ୍ୟ ରହିଛି ମା’ଙ୍କୁ ମହାରଜ୍ଞା ଦେବୀ ବୋଲି ମଧ୍ୟ ଭକ୍ତ ମାନେ ପୂଜା କରିଥାନ୍ତି । ବିଶ୍ୱାସ ଅନୁସାରେ ଖାଲି ସାଧାରଣ ଲୋକ ନୁହଁନ୍ତି । ଏଠାକୁ ବହୁ ବଡ଼ ବଡ଼ ରାଜନେତା ମଧ୍ୟ ଆସିଥାନ୍ତି । ମାହାରାଜା ପ୍ରତାପ ସିଂ ଓ ମହାରାଜା ହରି ସିଂ ଏହି ମନ୍ଦିର ନିର୍ମାଣ କରିଥିଲେ ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories