www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ

ଜମ୍ମୁକାଶ୍ମୀର: ସାମ୍ନାକୁ ଆସିଛି ଆତଙ୍କବାଦୀ ଆକ୍ରମଣର ସିସିଟିଭି ଫୁଟେଜ । ଜମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଗତକାଲି ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ଆତଙ୍କବାଦୀ ମାନେ ଆକ୍ରମଣ କରିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଆକ୍ରମଣରେ  ସିଆଇଏସଏଫର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସହିଦ ହୋଇଥିବା ବେଳେ ବର୍ତ୍ତମାନର ଏହି ସିସିଟିଭି ଭିଡିଓ ଭାଇରାଲ ହେବାର ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯବାନଙ୍କ ବସ୍‌ ସଞ୍ଜଓ୍ୱା ଅଞ୍ଚଳରେ ଅଟକି ରହୁଛି । ରାସ୍ତାରେ କିଛି ସମୟ ଅଟକିବା ପରେ ଗୋଟିଏ ବାଇକ୍‌ ଅତିକ୍ରମ କରୁଛି । ପରେ ପରେ ଆରମ୍ଭ ହେଉଛି ଗ୍ରେନେଡ ମାଡ଼ । ପ୍ରଥମ ଗ୍ରେନେଡ ମାଡ଼ ପରେ ବସ୍‌ଟି ମାତ୍ର କିଛି ବାଟ ଆଗକୁ ଆସୁଛି । ପରେ ପ୍ରବଳ ଗ୍ରେନେଡ ମାଡ଼ ସାଙ୍ଗକୁ ଫାୟାରିଂ ଶବ୍ଦରେ କମ୍ପି ଉଠୁଛି ସମ୍ପୃକ୍ତ ଅଞ୍ଚଳ । ଏ ସବୁର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି । ଯାହାକି ଲୋକଙ୍କୁ ତାଜୁବ କରୁଛି ।

- Advertisement -

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ୨ ଦିନ ପୂର୍ବରୁ ଏହି ଆକ୍ରମଣ ହୋଇଛି । ଯବାନ ମାନେ ସକାଳୁ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ବସ୍‌ ଉପରକୁ ଗ୍ରେନେଡ ମାଡ଼ କରିବା ପୂର୍ବରୁ ଗୁଳି ଚଳାଇଥିଲେ । ପରେ ସୁରକ୍ଷାକର୍ମୀ ମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲେ ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories