www.samajalive.in
Friday, December 12, 2025
16.1 C
Bhubaneswar

ମସଜିଦରେ ବିସ୍ଫୋରଣ; ୩୩ମୃତ

କାବୁଲ: ମସଜିଦରେ ସମୂହ ନମାଜ ପାଠ ବେଳେ ପୁଣି ଭୟଙ୍କର ବିସ୍ଫୋରଣ ହୋଇଛି । ଗତକାଲି ନର୍ଦ୍ଦନ ଆଫଗାନିସ୍ତାନର ଗୋଟିଏ ମସଜିଦରେ ପ୍ରାର୍ଥନା କରିବା ସମୟରେ ବିସ୍ଫୋରଣ ହେବା ଯୋଗୁ ୩୩ଜଣଙ୍କ ମୂତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଫଗାନିସ୍ତାନରେ ଦିନକ ପୂର୍ବରୁ ମଧ୍ୟ ବିସ୍ଫୋରଣ ହୋଇଥିଲା । ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ବେଳେ  ଏଥିପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ ନିଜକୁ ଦାୟୀ କରିଥିଲା । ହେଲେ ଗତକାଲି ପୁଣି ମସଜିଦରେ ବିସ୍ଫୋରଣ ହୋଇଛି ।

ଘଟଣାକୁ ନେଇ ତାଲିବାନ ସରକାରର ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମୁଖପାତ୍ର ଜବିହୁଲ୍ଳା ମୁଜାହିଦ୍‌ ବିସ୍ଫୋରଣକୁ ନେଇ କହିଛନ୍ତି ଏହି ହମଲା ଆତଙ୍କବାଦୀ ମାନେ ଘଟାଇଛନ୍ତି । କୁଣ୍ଡୁଜରେ ଥିବା​ ଏକ ମସଜିଦ୍‌ ଉପରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଯୋଗୁ ଛୋଟ ପିଲାଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ଜଣ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ଘଟଣାକୁ ଆମେ ମାନେ ନିନ୍ଦା କରିବା ସହ ମୃତାହତ ପରିବାରକୁ ସମବେଦନା ଜଣାଉଛୁ ବୋଲି କହିଛନ୍ତି ଜବିହୁଲ୍ଳା ମୁଜାହିଦ୍‌ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories