www.samajalive.in
Wednesday, December 10, 2025
26.1 C
Bhubaneswar

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଏନ୍‌ଡିଆର୍‌ଏଫ୍‌ର ପ୍ରଶିକ୍ଷଣ ଶିବିର

ବଲାଙ୍ଗିର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ତୃତୀୟ ବାଟାଲିଆନ୍‌ ମୁଣ୍ଡୁଳି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏନ୍‌ଏସ୍‌ଏସ୍‌ ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଜିଲା ଆବାହକ ପ୍ରାଧ୍ୟାପକ ମଦନ ମୋହନ ପ୍ରଧାନ ପରିଚାଳନା କରିବା ସହ ଅତିଥି ପରିଚୟ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଲେଫଟେନେଣ୍ଟ କର୍ଣ୍ଣେଲ୍‌ କେଦାରନାଥ ସାହୁ, ଡ.ବଳଭଦ୍ର ଦାଶ, ଡ.ସଞ୍ଚୟ କୁମାର ସିଂ, ବଲାଙ୍ଗିର ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରାମର୍ଶଦାତା ବିକାଶ ରଞ୍ଜନ କର ଉପସ୍ଥିତ ଥିଲେ । ଇନ୍ସପେକ୍ଟର ବିଶ୍ୱନାଥ ଚୌଧୁରୀ ଏନ୍‌ଡିଆର୍‌ଏଫ୍‌ର ଭୂମିକା ଓ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏସ୍‌ଆଇ ଏନ୍‌.ପ୍ରସାଦ ଭୂମିକମ୍ପ ସମୟରେ କିପରି ସୁରକ୍ଷିତ ରହିବା ଓ ଅନ୍ୟକୁ ଉଦ୍ଧାର କରିପାରିବା ସେହି ଉପରେ କହିଥିଲେ ।

ସିଟି ମଧୁସୂଦନ ବାରିକ, ସିଟି ବିଜୟ କୁମାର ଦାଶ ଓ ତାଙ୍କ ସହଯୋଗୀମାନେ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଏହି ଶିବିରରେ ଏନ୍‌ସିସି, ରେଡକ୍ରସ, ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀ ଓ ଅନ୍ୟ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଉମାବଲ୍ଲଭ ମହାପାତ୍ର, କୁଳସଚିବ ଯୁଧିଷ୍ଟିର ନାୟକ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଉପ କୁଳସଚିବ ପ୍ରାଧ୍ୟାପକ ବିଶ୍ୱଜିତ ବେହେରା ଧନ୍ୟବାଦ ଦେଇଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories